ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିମାଣ୍ଡ ଅବଧି ଶେଷ ହେବା ପରେ ଗ୍ୟାଙ୍ଗଷ୍ଟର ଟିଟୋ ଆଜି ଜେଲ୍ ଯାଇଛି। କେନ୍ଦ୍ରାପଡ଼ାର ବାରିମୂଳ ଜେଲ୍‌କୁ ଟିଟୋକୁ ପଠାଇ ଦିଆଯାଇଛି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବା ବେଳେ ଟିଟୋ ଚାଞ୍ଚଲ୍ୟକର ବୟାନ ଦେଇଛି।

ଟିଟୋ କହିଛି, “ମୁଁ ନିର୍ଦ୍ଦୋଷ। ମତେ ଫସାଇ ଦିଆଯାଇଛି।”

ଏହି ବୟାନ ଆସିବା ପରେ ଟିଟୋକୁ କିଏ ଏବଂ କାହିଁକି ଫସାଇଲା ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗିରଫ ପଛରେ ପଲିଟିକାଲ ଲିଙ୍କ୍ ଅଛି କି ବୋଲି ପ୍ରଶ୍ନ ହେବାରୁ ଟିଟୋ କହିଲା – ‘ନୋ କମେଣ୍ଟ’।

ତିନିଟି ପର୍ଯ୍ୟାୟରେ ଟିଟୋକୁ ୧୨ ଦିନି ଧରି ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ରିମାଣ୍ଡ ବେଳେ ଟିଟୋର ବ୍ୟବସାୟିକ ସାମ୍ରାଜ୍ୟ ଉପରେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ। ପାରାଦୀପ ଓ କେନ୍ଦ୍ରାପଡ଼ାରେ ଥିବା ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍ କରାଯାଇଥିଲା।

ଏହାସହ ଟିଟୋର ୫ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ଟିଟୋର ସ୍ତ୍ରୀ ବେନଜିର୍ ବିବିଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପଚରା ଉଚୁରା କରିଥିଲା।

LEAVE A REPLY

Please enter your comment!
Please enter your name here