ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଆନ ଗେମ୍ସରେ ହଂକଂକୁ ୨୬-୦ ଗୋଲରେ ପରାସ୍ତ କରି ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ୍‌।

ଭାରତୀୟ ପୁରୁଷ ହକି ଟିମ୍‌ର ଚମକପ୍ରଦ ବିଜୟ। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସିଆନ ଗେମ୍ସରେ ଭାରତୀୟ ପୁରଷ ହକି ଦଳ ହଂକଂକୁ ୨୬-୦ ଗୋଲରେ ପରାସ୍ତ କରି ଇତିହାସ ରଚିଛି। ୮୬ବର୍ଷ ପରେ ଭାରତୀୟ ହକି ଇତିହାସରେ ଆଉ ଫର୍ଦ୍ଦ ଯୋଡ଼ି ହୋଇଯାଇଛି।

୧୯୩୨ ମସିହା ଏସ୍ ଆଞ୍ଜେଲସ ଅଲିମ୍ପିକ୍ସରେ ଭାରତୀୟ ଦଳ ଆମେରିକାକୁ ୨୧-୧ ଗୋଲରେ ପରାସ୍ତ କରିଥିଲା। କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଗୋଲ ଦେବାର ରେକର୍ଡ ନ୍ୟୁଜିଲାଣ୍ଡ ନାମରେ ରହିଛି। ୧୯୯୪ ମସିହାରେ ଏହି ଦଳ ସମୋଆ ଦେଶକୁ ୩୬-୧ ଗୋଲରେ ପରାସ୍ତ କରିଥିଲା।

ବୁଧବାର ଦିନ ହଂକଂ ବିରୁଦ୍ଧ ମ୍ୟାଚରେ ଭାରତ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଭାବେ ଖେଳିଥିଲା। ହଂକଂ ଦଳକୁ ଗୋଟିଏ ବି ଗୋଲ୍‌ କରିବା ସୁଯୋଗ ଦେଇନଥିଲା ଭାରତୀୟ ହକି ଦଳ।

୨୦୧୮ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ଦମଦାର ପ୍ରଦର୍ଶନ ଜାରି ରଖିଛି। ପ୍ରଥମ ମୁକାବିଲାରେ ଇଣ୍ଡୋନେସିଆକୁ ୧୭-୦ ଗୋଲରେ ପରାସ୍ତ କରିଥିଲା।

ପୁରୁଷଙ୍କ ଭଳି ଭାରତୀୟ ମହିଳା ହକି ଦଳ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। କାଗାକିସ୍ତାନ ଦଳକୁ ୨୧-୦ ଗୋଲରେ ପରାସ୍ତ କରିଛି।

LEAVE A REPLY

Please enter your comment!
Please enter your name here