ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂତନ ବର୍ଷକୁ ସ୍ୱାଗତ କରିବା ଲାଗି ସବୁଠି କେତେ କଣ ପ୍ରସ୍ତୁତି ଆଉ ପ୍ଲାନ। ଅନେକେ ବର୍ଷର ପ୍ରଥମ ଦିନକୁ ଶ୍ରୀଜିଉଙ୍କ ଦର୍ଶନରୁ ଆରମ୍ଭ କରିଥାନ୍ତି। ସେଥିଲାଗି କେବଳ ରାଜ୍ୟରୁ ନୁହଁ ରାଜ୍ୟବାହାରୁ ବି ଅନେକ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୂଆବର୍ଷ ଲାଗି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।

ସୋମବାର ରାତି ସାଢେ ୯ଟା ସୁଦ୍ଧା ଠାକୁରଙ୍କ ପହୁଡ ପକାଯିବ ଏବଂ ରାତି ୨ଟାରେ ଦ୍ୱାର ଫିଠାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ଶ୍ରଦ୍ଧାଳୁ ମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିଲାଗି ସମସ୍ତ ବ୍ୟବସ୍ଥା ବି କରାଯାଇଛି। ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ମନ୍ଦିର ବାହାରେ ଓ ଭିତରେ ପୋଲିସ କର୍ମଚାରୀ ମୁତୟନ ରହିବେ।

ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଅସ୍ଥାୟୀ ବ୍ୟାରିକେଡ୍‌ ତିଆରି କରାଯାଇଛି। ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନିଦ୍ୱାର ଦେଇ ବାହାରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ମନ୍ଦିର ଭିତରେ ସାଧା ପୋଷାକଧାରୀ ସୁରକ୍ଷାକର୍ମୀ ନିୟୋଜିତ ରହିବେ। ଏହା ସହିତ ସମୁଦ୍ର କୂଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

LEAVE A REPLY

Please enter your comment!
Please enter your name here