ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରେଳ ଖୁବ୍ ଶୀଘ୍ର ଲମ୍ବା ଦୂରତା ବିଶିଷ୍ଟ ୫୦୦ ଟ୍ରେନର ଗତିକୁ ବଢ଼ାଇବାକୁ ଯାଉଛି। ନିହାତି କମ୍‌ରେ ଏହି‍ସବୁ ଟ୍ରେନର ଯାତ୍ରା ସମୟ ଦୁଇ ଘଣ୍ଟା କମିବ। ଖବର ଅନୁଯାୟୀ ଏନେଇ ରେଳ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତା ମାସରେ ପ୍ରକାଶ ପାଇବାକୁ ଥିବା ରେଳ ସମୟ ସାରଣୀରେ ଏହି ନୂଆ ସମୟ ଉଲ୍ଲେଖ ରହିବ।
ରେଳ ମନ୍ତ୍ରୀ ପିୟୁଷ୍ ଗୋଏଲଙ୍କ ନିର୍ଦ୍ଦେଶ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ନୂଆ ସମୟ ବ୍ୟବସ୍ଥାକୁ କୁହାଯାଉଛି ‘ଇନୋଭେଟିଉ ଟାଇମଟେଲିଂ’। ଏହା ଲାଗୁହେବା ପରେ ପ୍ରାୟ ସବୁ ବଡ଼ ବଡ଼ ଟ୍ରେନର ଯାତ୍ରାରେ ୧୫ ମିନିଟରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସମୟ ହ୍ରାସ ପାଇବ।
ରେଳ ବିଭାଗର ପ୍ରତି ଡିଭିଜନ ଏହି ନୂଆ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି। ଯେଉଁସବୁ ଏସି ଟ୍ରେନ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଫେରନ୍ତା ଯାତ୍ରା ପାଇଁ ଅପେକ୍ଷା କରୁଛନ୍ତି ସେହି ସମୟକୁ ବି କାଟଛାଣ୍ଟ କରାଯିବ। ପ୍ରାୟ ୫୦ଟି ଟ୍ରେନର ଯାତ୍ରା ସମୟରେ ତତ୍‌କ୍ଷଣାତ୍‌ ପରିବର୍ତ୍ତନ ଆସିବ।
ଅନ୍ୟ ଏକ ଖବର ଅନୁଯାୟୀ କିଛି ଦୂରଗାମୀ ଟ୍ରେନକୁ ଅପଗ୍ରେଡ କରାଯିବ ଓ ସେଗୁଡିକୁ ସୁପରଫାଷ୍ଟ ଏକ୍ସପ୍ରେସରେ ପରିଣତ କରାଯିବ।
ରେଳ ମନ୍ତ୍ରାଳୟ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ମଧ୍ୟ ଜଣାପଡ଼ିଛି। ରେଳବିଭାଗ ଭିତ୍ତିଭୂମି ବିକାଶ ଉପରେ ଜୋରଦେବା ଆରମ୍ଭ କରିଛି। ଏଥିମଧ୍ୟରୁ ଅଟୋମେଟିକ୍ ସିଗନାଲିଂ ଅନ୍ୟତମ। ଅନ୍ୟ ଏକ ନୂଆ ନିଷ୍ପତ୍ତି ନିଆଯାଇଛି ଯେ ଯେଉଁ ଷ୍ଟେସନରେ ବିଶେଷ ଯାତ୍ରୀ ହେଉନାହାନ୍ତି ସେହି ସ୍ଥାନରେ ଟ୍ରେନର ରହଣିକୁ ବାତିଲ କରିଦିଆଯିବ।

LEAVE A REPLY

Please enter your comment!
Please enter your name here