ଓଡ଼ିଶାଲାଇଭ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛିା ଦୁର୍ଘଟଣାର ସମ୍ମୁଖୀନ ହୋଇ ଅନେକ ଲୋକ ପ୍ରାଣ ହରାଉଛନ୍ତିା

ଏହି ଦୁର୍ଘଟଣାକୁ ରୋକିବା ପାଇଁ ଏବେ ଏକ ନୂଆ ଉଦ୍ୟମ ଆରମ୍ଭ କରାଯାଇଛିା କିଛି ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେବା ପରେ କଟକ ଭୁବନେଶ୍ୱରର ଏନଏଚରେ ୫ଟି ଦୁର୍ଘଟଣା ପ୍ରବଣ ଅଞ୍ଚଳ ବା ବ୍ଲାକସ୍ପଟ ଚିହ୍ନଟ କରାଯାଉଛିା

ଆଗକୁ ବି ଆହୁରି ବ୍ଲାକସ୍ପଟ ଚିହ୍ନଟ ହୋଇପାରେ। କଟକରେ ବି ବ୍ଲାକସ୍ପଟ ଚିହ୍ନଟ କରାଯିବା

ବାଟଭୁଆଶୁଣି,ଆଇଗଣିଆ, କ୍ରାଉନ ହୋଟେଲ ସମ୍ମୁଖ, ଆଚାର୍ଯ୍ୟବିହାର, ଓ ପାହାଳ ରାଜଧାନୀର  ୫ ଟି ବ୍ଲାକସ୍ପଟ ଭାବେ ଚିହ୍ନଟ ହୋଇଛିା

ଉଭୟ ଟ୍ରାଫିକ ଏସିପି ଓ ଡିସିପିଙ୍କ ଦ୍ୱାରା ଏହି ସ୍ଥାନ ଚିହ୍ନଟ ହୋଇଛିା ମେ’୨୭ରେ କମିଶନରେଟ ପୋଲିସ ବ୍ଲାକସ୍ପଟ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲୋ

ରାଜଧାନୀ ରାସ୍ତାରେ ଦୁର୍ଘଟଣା ରୋକିବା ପାଇଁ ସ୍ପିଡ ବ୍ରେକର ମଧ୍ୟ ଲଗାଯାଇପାରୋ ଅନ୍ୟପକ୍ଷରେ ସହରର କିଛି ସ୍ଥାନରେ ଲାଗି ଥିବା ସ୍ପିଡ ମିଟରକୁ ଦୃଢ଼ ଭାବେ କାର୍ଯ୍ୟକ୍ଷମ ହେବା  ଏହାଦ୍ୱାରା ଦୁର୍ଘଟଣା ସଂଖ୍ୟା କମ ହେବ ବୋଲି ଆଶା କରାଯାଉଛିା

LEAVE A REPLY

Please enter your comment!
Please enter your name here