ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵକପ ୨୦୧୯ ଶେଷ ହେବା ସହ ଟିମ୍ ଇଣ୍ଡିଆ କୋଚିଂ ଷ୍ଟାଫଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଯାଇଛି। ହେଲେ ବର୍ତ୍ତମାନ ପାଇଁ ଏହାକୁ ୪୫ଦିନ ପାଇଁ ବଢ଼ାଇ ଦିଆଯାଇଛି। ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ କୋଚ ରବି ଶାସ୍ତ୍ରୀ ଓ ଷ୍ଟାଫ ଟିମ୍ ସହ ରହିବେ। ପରେ ଟିମରେ ଏକ ନୂଆ କୋଚ ଦେଖିବାକୁ ମିଳିବ। ଏନେଇ ବିସିସିଆଇ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛି।

କୋଚ ଚୟନରେ ରହିଥିବା ଯୋଗ୍ୟତା ଗୁଡ଼ିକ ହେଲା, ମୁଖ୍ୟ କୋଚଙ୍କ ବୟସ ୬୦ ବର୍ଷରୁ କମ୍ ହେବା ଦରକାର, ଟେଷ୍ଟ ଖେଳିଥିବା ଦେଶକୁ ଅତିକମରେ ଦୁଇବର୍ଷ କୋଚିଂ ଦେଇଥିବା ଆବଶ୍ୟକ, ଆବେଦକ ୩୦ ଟେଷ୍ଟ କିମ୍ବା ୫୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବ। ଏହାସହ ଏହି କୋଚ ପଦ ପାଇଁ କିଛି ନାମ ଉପରେ ଚର୍ଚ୍ଚା ହେଉଛି।

ଟମ୍ ମୁଡି

ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଟମ୍ ମୁଡ ଟିମ୍ ଇଣ୍ଡିଆ କୋଚ ଦୌଡ଼ରେ ରହିଛନ୍ତି। ଶ୍ରୀଲଙ୍କା କୋଚ ଥିବା ସମୟରେ ୨୦୦୭ ବିଶ୍ଵକପରେ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିଥିଲା। ତାଙ୍କ କୋଚିଂରେ ଶ୍ରୀଲଙ୍କା ଦଳରେ ଅନେକ ପରିବର୍ତ୍ତନ ଆସିଥିଲା। ଏହାସହ ମୁଡି ୨୦୧୨ ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର କୋଚ ରହିଛନ୍ତି। ତାଙ୍କ କୋଚିଂରେ ଦାଇଦ୍ରାବାଦ ୩ଥର ପ୍ଲେ ଅଫ, ଥରେ ରନର୍ସ ଅପ ଓ ଥରେ ଚାମ୍ପିୟନ ହୋଇଛି। ଏହାସହ ମୁଡି କୋଚ ଭାବରେ ଅନେକ ଦକ୍ଷତା ଓ ଅଭିଜ୍ଞତା ରହିଛି।

ବିରେନ୍ଦ୍ର ସେହଓ୍ଵାଗ 

୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ଅନିଲ କୁମ୍ଵଲେ କୋଚ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବିରେନ୍ଦ୍ର ସେହଓ୍ଵାଗ କୋଚ ହେବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ହେଲେ ଭାଗ୍ୟ ସାଥ୍ ଦେଇନଥିଲା। ସେ ଏଥର ମଧ୍ୟ କୋଚ ପାଇଁ ଆବେଦନ କରିପାରନ୍ତି। ୨୦୧୬ରୁ ଆଇପିଏଲରେ କିଙ୍ଗସ ଇଲେଭେନ ପଞ୍ଜାବର ମେଣ୍ଟର ରହିଛନ୍ତି। ଏହାଛଡ଼ା କିଛି ବର୍ଷ ହେବ କ୍ରିକେଟ ବିଶେଷଜ୍ଞ ଭାବେ ସେ ପରିଚିତ ହୋଇଛନ୍ତି।  ଏହାସହ ସେ ୨୫୧ ଦିନିକିଆ ଓ ୧୦୪ ଟେଷ୍ଟ ଖେଳିଛନ୍ତି।

ଗ୍ୟାରି କ୍ରିଷ୍ଟେନ 

କୋଚ ଭାବେ ଗ୍ୟାରି କ୍ରିଷ୍ଟନଙ୍କ ଅବଦାନ କ’ଣ ତାହା କହିବାକୁ ପଡ଼ିବନି। ତାଙ୍କ କୋଚିଂ ସମୟରେ ଭାରତର ୨୦୧୧ ବିଶ୍ଵକପ ହାସଲ ସବୁଠାରୁ ବଡ଼ ଅବଦାନ ରହିଥିଲା। ଯଦି କ୍ରିଷ୍ଟେନ ଏହି ପଦ ପାଇଁ ଆବେଦନ କରନ୍ତି ତେବେ ସେ ସବୁଠାରୁ ବଡ଼ ଦାବିଦାର ରହିବେ। ସେ ୧୦୧ ଟେଷ୍ଟ ଓ ୧୮୫ ଦିନିକିଆ ଖେଳିଛନ୍ତି।

ମାହେଲା ଜୟବର୍ଦ୍ଧନେ

ଶ୍ରୀଲଙ୍କାର ଏହି ପୂର୍ବତନ ଅଧିନାୟକ ଦଳ ପାଇଁ ଅନେକ ଅବଦାନ ଦେବା ପରେ ବର୍ତ୍ତମାନ କୋଚରେ ମଧ୍ୟ ଅପୂର୍ବ ସଫଳ ହାସଲ କରିଛନ୍ତି। ମାହେଲା ୩ଟି ସଂସ୍କରଣରେ ଆଇପିଏଲରେ ମୁମ୍ଵାଇ ଇଣ୍ଡିଆନ୍ସର କୋଚ ରହିଛନ୍ତି। ତାଙ୍କ କୋଚିଂରେ ମୁମ୍ବାଇ ଇଣ୍ଡିଆନ୍ସ ୨ଥର ଟାଇଟଲ ମଧ୍ୟ ହାସଲ କରିଛି। ସେ ୧୪୯ ଟେଷ୍ଟ ଓ ୪୪୮ ଦିନିକିଆ ଖେଳିଛନ୍ତି।

LEAVE A REPLY

Please enter your comment!
Please enter your name here