ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱରରେ ବେଆଇନ୍‌ ନିଶା କାରବାରକୁ ସମ୍ପୂର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ପୋଲିସ୍‌ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗରି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।

ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ମୁନ୍ନା ରଥ। ପୋଲିସ୍‌ ତାଙ୍କ ନାଁରେ ଏକ ମାମଲା ରୁଜ୍ଜୁ କରିଛି।

ସୋମବାର ସକାଳେ ଅବକାରୀ ବିଭାଗର ଏକ ଟିମ୍‌ ବାଲେଶ୍ୱର ଜିଲ୍ଲା ନୀଳଗରି ଅଞ୍ଚଳର ଘାଟଘରସାହି ଗାଁରେ ଚଢ଼ାଉ କରିଥିଲା। ଏହି ଘଟଣାରେ ପୋଲିଓ୍‌ ହାତରେ ଲାଗିଛି ୩୨ ଗ୍ରାମର ବ୍ରାଉନ୍‌ସୁଗାର। ଯାହାର ଅନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ମୁନ୍ନା ରଥଙ୍କୁ ଗିରଫ କରିଛି। ମୁନ୍ନା ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ନୀଳଗିରିରେ ବିକ୍ରି କରୁଥିଲା।

LEAVE A REPLY

Please enter your comment!
Please enter your name here