ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦାରେ ବ୍ରାଉନ ସୁଗାର ଜବତ। ମଙ୍ଗଳବାର ବାରିପଦା ସହର ଜୁବୁଲି ପାର୍କ ନିକଟରେ ଜଣେ ଯୁବକ ନିକଟରୁ ୮ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ପୋଲିସ୍‌ ଉକ୍ତ ଯୁବକଙ୍କୁ ଗିରଫ କରିବା ସହିତ ସେ ବ୍ୟବହାର କରୁଥିବା ଏକ ବାଇକ୍‌କୁ ଜବତ କରିଛି। ଅଭିଯୁକ୍ତଙ୍କ ନାଁ ସୁନ୍ଦର ମୋହନ ଟୁଡୁ।

ସୂଚନା ମୂତାବିକ, ବାରିପଦା ଟାଉନ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ତେବେ ଜୁବଲି ପାର୍କ ନିକଟରୁ ସୁନ୍ଦର ମୋହନ ଟୁଡୁ ନାମକ ଜଣେ ଯୁବକଙ୍କୁ ୮ଗ୍ରାମ ବ୍ରାଉନ ସୁଗାର ମିଳିଥିଲା।

ଅଭିଯୁକ୍ତ ଯୁବକ ପଡୋଶୀ ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ବାରିପଦା ସହରର ବିଭିନ୍ନ ଅଞ୍ଚଳରେ ବିକ୍ରି କରିଆସୁଥିବା ପୋଲିସ ନିକଟରେ ସ୍ୱୀକାର କରିଛନ୍ତି।

ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଏକ ମୋକଦ୍ଦମା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି। ପରେ ତାଙ୍କୁ ବାରିପଦା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବାରିପଦା ଜେଲ ହାଜତକୁ ପଠାଇ ଦିଆଯାଇଛି।

Comment