ଓଡ଼ିଶାଲାଇଭ୍ ବ୍ୟୁରୋ

ପରିବେଶ ପ୍ରଦୂଷଣ ଓ ଆଜିକାଲିର ଖାଦ୍ୟ ଶୈଳୀ ପାଇଁ ବହୁତ କମ୍‌ ବୟସରେ ପିଲାମାନଙ୍କ କେଶ ପାଚିଯାଉଛି। ଏହାକୁ ଦୂର କରିବା ଲାଗି ବିୟୁଟିସିଆନମାନେ ଅନେକ ପ୍ରକାର କେମିକାଲର ଅବଲମ୍ବନ କରିଥା’ନ୍ତି। ତେଣୁ କିଛି ଘରୋଇ ଉପାୟ ମଧ୍ୟ ଧଳା କେଶ ସମସ୍ୟାକୁ ଦୂର କରିଥାଏା

ଆସନ୍ତୁ ଜାଣିବା ଏହି ଟିପ୍ସ ବିଷୟରେ

କଳାଜିରା ଓ ଆଲୋଭେରା ଜେଲ୍

କିଛି କଳା ଜିରା ନେଇ ଗୁଣ୍ଡ କରନ୍ତୁ ଏବଂ ସେଥିରେ ଆଲୋବେରା ଜେଲ୍ ସହ ଗୋଟିଏ ଭିଟାମିନ୍ ଇ କ୍ୟାପସୁଲ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବରେ ମିଶାଇ କେଶ ମୂଳରେ ମାଲିସ୍ କରନ୍ତୁ। ଗୋଟିଏ ରାତି ଏହାକୁ ରଖିବା ପରେ ସକାଳୁ ଏହାକୁ ହାଲକା ଉଷୁମ ପାଣିରେ ଧୋଇ ଦିଅନ୍ତୁ।

ବାଦାମ ତେଲ ଓ ଲେମ୍ବୁ ରସ

ବାଦାମ ତେଲ ଏବଂ ଲେମ୍ବୁ ରସକୁ ୨ରୁ ୩ ଚାମଚ ମିଶାଇ କେଶ ମୂଳରେ ଭଲ ଭାବରେ ମାଲିସ କରନ୍ତୁ। ୩୦ ମିନିଟ୍ ପରେ ଏହାକୁ ଧୋଇ ଦିଅନ୍ତୁ।

ପିଆଜ ରସ

୨ରୁ ୩ ଚାମଚ ପିଆଜ ରସରେ ୧ ଚାମଚ ଲେମ୍ବୁ ରସ ପକାଇ ଏହାକୁ ଭଲଭାବରେ ମିଶ୍ରଣ କରନ୍ତୁ। ଏହା ପରେ ପେଷ୍ଟଟିକୁ ଭଲଭାବରେ କେଶର ମୂଳରେ ମାଲିସ କରି ଅଧଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here