ଓଡ଼ିଶାଲାଇଭ ବ୍ୟୁରୋ
ପାଣି ବୁଡ଼ି ଚାଲିଗଲା ଦୁଇ ସମ୍ପର୍କିୟ ଭଉଣୀଙ୍କର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଚାନ୍ଦୁଆ ଗ୍ରାମରେ। ମୃତ ଶିଶୁ ଦୁଇ ଜଣ ହେଉଛନ୍ତି ସୁଖଲ ମୁନି ବେଶ୍ରା ଏବଂ ଶୁଭଶ୍ରୀ ବେଶ୍ରା।
ମଙ୍ଗଳବାର ସକାଳେ ମୁନି ଓ ଶୁଭଶ୍ରୀ ଖେଳିବାକୁ ଯାଇଥିଲେ। ଦୁଇ ଭଉଣୀ ଖେଳୁ ଖେଳୁ ଗାଁର ଏକ ବିଲରେ ଜମି ରହିଥିବା ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ଗ୍ରାମବାସୀ ଓ ପରିବାର ଲୋକ ଶିଶୁଙ୍କ ମୃତ ଦେହକୁ ଦେଖି ପୋଖରୀରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଡାକ୍ତରଖାନା ପଠାଇଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଶିଶୁଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।