ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦା ସଦର ଥାନା ଅନ୍ତର୍ଗତ ସୀତାକୁଣ୍ଡ ପର୍ଯ୍ୟଟନସ୍ଥଳୀରେ ଅଘଟଣ। ନଦୀରେ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାରିପଦା ସହର ଉପକଣ୍ଠରେ ଥିବା ରଘୁନାଥଗଞ୍ଜର ରୋହିଦାସ ସିଂ।

ରୋହିଦାସ ଆଜି ସାଙ୍ଗମାନଙ୍କ ସହିତ ପିକନିକ କରିବାକୁ ଯାଇଥିଲେ। ମୃତ ଯୁବକଙ୍କ ମରଶରୀରକୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ରଖାଯାଇଛି। ବୁଧବାର ଶବ ବ୍ୟବଚ୍ଛେଦ କରାଯିବ। ବାରିପଦା ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Comment