ଓଡ଼ିଶାଲାଇଭ ବ୍ୟୁରୋ

ଭୂତ ଭୟରେ ହଷ୍ଟେଲ ଛାଡ଼ିଲେ ୫ ଛାତ୍ର। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅନ୍ତର୍ଗତ ଖଇରା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠରେ। ହଷ୍ଟେଲରେ ଭୂତ ଭୟରେ ଛାତ୍ରମାନେ ହଷ୍ଟେଲ ଛାଡ଼ିଥିବା ଜଣାପଡ଼ିଛି।

ରବିବାର ସକାଳୁ ୫ ଜଣ ଛାତ୍ର କାହାକୁ ନଜଣାଇ ହଷ୍ଟେଲ ଛାଡ଼ି ଚାଲିଯାଇଥିଲେ। ତେବେ ଉଦଳା ବସଷ୍ଟାଣ୍ଡ ନିକଟରେ ଛିଡ଼ା ହୋଇଥିବା ବେଳେ ଲୋକଙ୍କର ସନ୍ଦେହ ହୋଇଥିଲା। ତେବେ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ପୋଲିସ ଜିମା ଦେଇଛନ୍ତି।

Comment