ଓଡ଼ିଶାଲାଇଭ୍ ବ୍ୟୁରୋ

ବଜ୍ରପାତ ନେଇଗଲା ୩ ଯୁବକଙ୍କ ଜୀବନ। ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଶୁକ୍ରବାର ଏଭଳି ଏକ ଦୁର୍ଘଟଣା ଘଟିଛି।

ଉଦଳା ଖୁଣ୍ଟା ଥାନା ନିକଟରେ ଥିବା ବଡ଼କଥରା ଗାଁର ତିନି ଜଣ ଯୁବକ ମାଛ ମାରିବାକୁ ପାଖ ଗାଡ଼ିଆକୁ ଯାଇଥିଲେ। ତେବେ ସେହି ସମୟରେ ବଜ୍ରପାତ ଘଟିବାରୁ ତିନି ଜଣ ଯୁବକ ନିଜର ପ୍ରାଣ ହରାଇଛନ୍ତି।

ତିନି ଜଣ ଯୁବକଙ୍କର ବୟସ ପ୍ରାୟ ୨୬ରୁ ୨୮ ବର୍ଷ ବୟସ ମଧ୍ୟରେ ବୋଲି ଜଣାପଡିଛି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳର ଘଡ଼ଘଡ଼ି ସହ ବର୍ଷା ହେଇଥିବା ନଜର ଆସିଛି। କେତେକ ଅଞ୍ଚଳରେ ଜୋରରେ ପବନ ବହିବା କାରଣରୁ ଗଛ ମଧ୍ୟ ଭାଙ୍ଗି ପଡ଼ିଛି।

Comment