ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଦେଖିବାକୁ ମିଳିଛି। ପବନ ଯୋଗୁଁ ବହୁ ଗଛ ମଧ୍ୟ ଭାଙ୍ଗି ପଡ଼ିଛି। ଅପରାହ୍‌ଣରେ ଘଟି ଯାଇଥିବା ପ୍ରକୃତିର ଏହି ତାଣ୍ଡବଲୀଳା ଜିଲ୍ଲାର ବେତନଟୀ, ବଡ଼ସାହି, ଗୋପବନ୍ଧୁ ନଗର, ଉଦଳା ଓ ଖୁଣ୍ଟା ଆଦି ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଥିଲା।

ବହୁତ ସମୟ ଧରି ଏହି କୁଆପଥର ବୃଷ୍ଟି ହେବା ଫଳରେ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା। ରାସ୍ତାଘାଟରେ ଧଳା ଚାଦର ବିଛାଇ ହେବା ପରି ଲାଗୁଥିଲା।

ଶନିବାର ଅପରାହ୍‌ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ଏହାସହ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇଥିଲା। ଏନେଇ ରାଜ୍ୟର କିଛି ସ୍ଥାନକୁ ସତର୍କ ସୂଚନା ମଧ୍ୟ ଦେଇଛି ଆଞ୍ଚଳିକ ପାଣି ପାଗ ବିଭାଗ।

Comment