ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅଧୀନ ଦାମସାହି ଗାଁକୁ ପଶି ଆସିଛନ୍ତି ହାତୀ। ଗାଁରେ ପଶିଥିବା ୬ଟିକିଆ ହାତୀପଲ୍ଲଙ୍କ ମଧ୍ୟରେ ୨ଟି ବଡ଼ ଦନ୍ତା ହାତୀ ରହିଥିଲା ବେଳେ ଗୋଟିଏ ଛୋଟ ଦନ୍ତାହାତୀ ରହିଛି।

ଏହି ହାତୀପଲ୍ଲ ଶୁକବ୍ରାର ରାତିରେ ପଶି ଆସିଥିବା ଅନୁମାନ କରାଯାଉଛି। ହାତୀଙ୍କୁ ଘଉଡ଼ାଇବା ନିମନ୍ତେ ଗାଁରେ ପୋଲିସ ଓ ବନ ବିଭାଗ ଚେଷ୍ଟା ଜାରି ରଖିଛନ୍ତି।

ଗାଁକୁ ହାତୀ ପଶିଆସିଥିବାରୁ ଗ୍ରାମବାସୀ ହାତୀଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏମିତିକି ଜଣେ ଯୁବକ ସେଲଫି ନେଉଥିଲା ବେଳେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି।

ବନବିଭାଗର କହିବା ଅନୁସାରେ ସନ୍ଧ୍ୟା ସମୟରେ ବାଣ ଫୁଟାଇ  କୁଲଡିହା ଜଙ୍ଗଲକୁ ଘଉଡ଼ାଇ ଦିଆଯିବ ବୋଲି କହିଛନ୍ତି।

Comment