ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ସବୁବେଳେ ନିଜର ହରର୍ ଫିଲ୍ମ ପାଇଁ ପ୍ରସିଦ୍ଧ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ। ମଙ୍ଗଳବାର ବିକ୍ରମ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଘୋଷ୍ଟ’ର ଟ୍ରେଲର ରିଲିଜ ହୋଇଛି। ବଲିଉଡରେ ହରର୍ ଷ୍ଟୋରୀ ଫିଲ୍ମକୁ ପସନ୍ଦ କରୁଥିବା ଦର୍ଶକ ପାଇଁ ‘ଘୋଷ୍ଟ’ ଏକ ଅନୁଭୁତି ଦେବ।

ଏହି ଫିଲ୍ମରେ ଲୋକପ୍ରିୟ ଟେଲି କଳାକାର ସନାୟା ଇରାନୀ ଓ ଶିଭମ୍ ଭାର୍ଗବ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ତାଙ୍କ ସହ ନିଜେ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ମଧ୍ୟ ଫିଲ୍ମରେ ସ୍ୱତନ୍ତ୍ର ଚରିତ୍ରରେ ନଜର ଆସିବେ।

ଫିଲ୍ମର ଟ୍ରେଲର ବହୁତ ଭୟାନକ ଜଣାପଡୁଛି। ଫିଲ୍ମର ଟ୍ରେଲରରେ ଜଣେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରୁ ସ୍ତ୍ରୀର ମୃତ୍ୟୁ ଘଟୁଛି। ତେବେ ଏହି ମୃତ୍ୟ ଘଟିବା ପରେ ପୋଲିସ ଏହି ମୃତ୍ୟୁଘଟଣା ପାଇଁ ତାଙ୍କ ସ୍ୱାମୀଙ୍କୁ ଦୋଷୀ ଭାବୁଥିଲା। ତେବେ ଏହାପରେ ଏହି ମୃତ୍ୟୁର କାରଣ କୌଣସି ଭୂତ କିମ୍ବା ପ୍ରେତାତ୍ମା ଦ୍ୱାରା ହୋଇଥିବା ଫିଲ୍ମର ଟ୍ରେଲରରୁ ଜଣାପଡୁଛି।

ଫିଲ୍ମର ଟ୍ରେଲରରେ କେତେକ ଭୟାନକ ସିନ୍ ମଧ୍ୟ ସ୍ଥାନ ପାଇଛି। ଯାହା ଦର୍ଶକଙ୍କ ଛାତିକୁ ଥରାଇଦେବ। ଫିଲ୍ମର କାହାଣୀ ନିଜେ ବିକ୍ରମ ଭଟ୍ଟ ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ଭାର ମଧ୍ୟ ସେ ନିଜେ ସମ୍ଭାଳିଛନ୍ତି। ‘ଘୋଷ୍ଟ’ ଫିଲ୍ମ ଆଗାମୀ ଅକ୍ଟୋବର ୧୮ ତାରିଖରେ ମୁକ୍ତିଲାଭ କରିବ।

Comment