ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଭିନ୍ନ ଢଙ୍ଗର ଫିଲ୍ମ ‘ବାଲା’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଫିଲ୍ମରେ ଆୟୁଷ୍ମାନଙ୍କୁ ଏକ ଭିନ୍ନ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ଯାହାକୁ ଦେଖି ଦର୍ଶକ ହସି ହସି ଗଡ଼ିବେ। ଦିନେଶ ବିଜାନ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ଅମର କୌଶିକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଏହି ଫିଲ୍ମରେ ଆୟୁଷ୍ମାନ ଜଣେ ହିନ୍ଦି ଲେକ୍‌ଚର ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ନାଁ ହେଉଛି ‘ବାଲା’। ତେବେ ଯୁବକ ଅବସ୍ଥାରେ ହିଁ ବାଲାଙ୍କ କେଶ ଝଡ଼ିବା ସେ ଲଣ୍ଡା ହୋଇଯାଇଛନ୍ତି। ଏଥିପାଇଁ ତାଙ୍କୁ ବହୁତ ଅସବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବିବାହ ମଧ୍ୟ ହୋଇପାରୁନି। ଶେଷରେ ମୁଣ୍ଡରେ ୱିଗ୍ ଲଗାଇ ଝିଅକୁ ଇମ୍‌ପ୍ରେସ୍‌ କରିବାକୁ ଚାହିଁଛନ୍ତି ବାଲା।

ତେବେ ପରଦା ଉପରେ ଏହା ଅତି ମଜାଦାର ଢଙ୍ଗରେ ଉପସ୍ଥାପନା କରିଛନ୍ତି ଫିଲ୍ମ ବାଲାର ମୁଖ୍ୟ ଅଭିନେତା ଆୟୁଷ୍ମାନ ଖୁରାନା। ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହେବେ। ନଭେମ୍ବର ୭ରେ ଏହି ଫିଲ୍ମ ରିଲିଜ ହେବ। ଫିଲ୍ମରେ ଆୟୁଷ୍ମାନଙ୍କ ସହିତ ଭୂମି ପେଡ୍‌ନେକର, ୟାମି ଗୌତମ, ଜାଭେଦ ଜେଫ୍ରି ବିଭିନ୍ନ ଭୂମିକାରେ ନଜର ଆସିବେ।

ଦେଖନ୍ତୁ ଫିଲ୍ମର ଟ୍ରେଲର..

ଫିଲ୍ମ ରିଲିଜ ପୂର୍ବରୁ ବିବାଦ ଘେରକୁ ଆସିଛି ‘ବାଲା’। ଏହି ଫିଲ୍ମ ଉପରେ କପିରାଇଟ୍‌ ଭାଇଲେସନ ଅର୍ଥାତ୍‌ ବିଷୟ ଚୋରି କରିବା ଅଭିଯୋଗ ଆସିଛି। ଜାତୀୟ ପୁସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ପ୍ରବୀଣ ମୋର୍ଚ୍ଛାଲେ ବାଲା ଫିଲ୍ମର ମ୍ୟାଡ୍‌ଡକ୍‌ ପ୍ରଡକ୍ସନ ହାଇସ୍‌ ଏବଂ ଲେଖକ ନିରେନ ଭଟ୍ଟଙ୍କ ଉପରେ ବିଷୟ ଚୋରି କରିଥିବା ଅଭିଯୋଗ କରି ହାଇକୋର୍ଟରେ କେସ୍‌ କରିଛନ୍ତି।

Comment