ଓଡ଼ିଶାଲାଇଭ ବ୍ୟୁରୋ

ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚଢ଼ାଉ କରି ୩୦ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ। ହସ୍ପିଟାଲରୁ ଦଲାଲ ଗିରଫ ହୋଇଥିବା ନେଇ ଡିଜିପି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।

ରାଜ୍ୟର ବିଭିନ୍ନ ହସ୍ପିଟାଲ, ଡିସପେନ୍ସସାରୀ ଓ ମେଡିକାଲ କଲେଜରେ ରେଡ୍‌ କରାଯାଇଥିଲା। ଭୁବନେଶ୍ଵରରୁ ୪, ସମ୍ଵଲପୁର ଭିମସାରରୁ ୫, ବଲାଙ୍ଗିରରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୩, ରାଉରକେଲାରୁ ୪, ବାଲେଶ୍ଵରରୁ ୩ ଓ ନବରଙ୍ଗପୁରରୁ ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଛି।

ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲଗୁଡ଼ିକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ପୁଣି ଆରଟିଓକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comment