ଓଡ଼ିଶାଲାଇଭ୍‍ ବ୍ୟୁରୋ

ଟେଷ୍ଟ ସରିଜରେ ଶ୍ରୀଲଙ୍କାକୁ ଧୂଳି ଚଟାଇବା ପରେ ଦିନିକିଆରେ ବି ବିଜୟ ଧାରା ଅବ୍ୟାହତ ରଖିଛି ଭାରତୀୟ କ୍ରିକେଟ ଦଳ। ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ହରାଇବା ପରେ ବିରାଟ କୋହଲିଙ୍କ ସହ ଭାରତୀୟ ଟିମ୍ ସମସ୍ତେ ଖୁସି ମିଜାଜରେ ଅଛନ୍ତି। ଏହାର ପ୍ରମାଣ ଗୋଟିଏ ଅନୁଷ୍ଠାନର ଏକ ମଞ୍ଚରେ ଦେଖିବାକୁ ମିଳିଛି।

ଖୁସି ମୁଡରେ କୋହଲି ନାଚିବାକୁ ଆରମ୍ଭ କରିଥିଲେ। ତେବେ ସେ ଏକା ନ ଥିଲେ ତାଙ୍କ ସାଙ୍ଗରେ ଜଣେ କୁନି ଝିଅ ମଧ୍ୟ ନୃତ୍ୟ ପ୍ରଦର୍ଶନ କରୁଥିଲେ। ଆଉ ସେ କେହି ନୁହନ୍ତି ମହମ୍ମଦ ସାମ୍ମିଙ୍କ ଝିଅ ଆଇରା।

ଏହି ନାଚର ଗୋଟିଏ ଭିଡିଓ ଟ୍ୱିଟ କରିଛନ୍ତି ସାମି। ଏହାକୁ ନେଇ ଏବେ ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ଜଗତରେ ଚର୍ଚ୍ଚା ସୃଷ୍ଟି ହୋଇଛି। କୁନି ଆଇରାଙ୍କ ସାଙ୍ଗରେ କୋହଲି ଅଣ୍ଟା ହଲାଉଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି।

ଆଇରାର ପ୍ରତି ଷ୍ଟେପକୁ ନକଲ କରିବା ପାଇଁ କୋହଲି ଚେଷ୍ଟା କରୁଛନ୍ତି। ଏହି ଭିଡିଓ ଏବେ କୋହଲି ପ୍ରଶଂସକଙ୍କ ମହଲରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
Tags: Virat Kohli, Indian Cricket Team, Cricket, Mohammad Shami, Aaira, Indian Cricket, Social Media, Dancing Kohli, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment