ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦେଶ ମାଟିରେ ଜଲୱା ଦେଖାଇଲେ ଓଡ଼ିଆ କୋରିଓଗ୍ରାଫର ଅନୁପମ ନାୟକ।
ଜୁମ୍ବୋ ଫର୍ମାଟ ସମ୍ବଲପୁରୀ ଟ୍ରାକ୍ ଜାଈଫୁଲ ଗୀତରେ ବିଦେଶିନୀଙ୍କୁ ନଚେଇ ରେକର୍ଡ ସୃଷ୍ଟି କରିଛନ୍ତି। ନିଜେ ପ୍ରସ୍ତୁତ କରିଥିବା ଓଡ଼ିଆ ଆଲବମ୍ ‘ହଲିଯାଏ ଆମେରିକା’ରେ ସେ ନିଜର ଏହି ପ୍ରତିଭା ଦେଖାଇଛନ୍ତି। ଏହି ଆଲବମରେ ନାୟିକା ଭାବେ ଅନୁପମଙ୍କୁ ସାଥ୍ ଦେଇଛନ୍ତି ପତ୍ନୀ ଅମ୍ରିତା।
ଆଲବମଟି ଆମେରିକାର ବୋଷ୍ଟନ ସହରରେ ସୁଟିଂ କରାଯାଇଛି। ଆଲବମରେ ଥିବା ଗୀତ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ସଂଗ୍ରାମ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସଦ ନିଜାମ ।
ପ୍ରଥମ ଥର ପାଇଁ କୌଣସି ଓଡ଼ିଆ ଆଲବମ୍ ଆମେରିକାରେ ରିଲିଜ୍ ହୋଇଛି। ଅନୁପମ ପ୍ରଥମ ଥର ପାଇଁ ଏହି ଗୀତରେ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଥିବା ବେଳେ ସହକାରୀ ନିର୍ଦ୍ଦେଶକ ଭାବେ ସାନନ୍ଦ ତାଙ୍କୁ ଏଥରେ ସହଯୋଗ କରିଛନ୍ତି। ବିଦେଶିନୀଙ୍କୁ ନଚେଇବା ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହେବା ପରେ ହିଁ ଦର୍ଶକ ଏହାକୁ ପସନ୍ଦ କରୁଛନ୍ତି। ଟିକିଏ ନିଆରା ଢଙ୍ଗରେ ଏଥର ନିଜର ଜଲୱା ଦେଖାଇଛନ୍ତି ଓଡ଼ିଆ ପୁଅ ଅନୁପମ।
ଅନୁପମ ହେଉଛନ୍ତି ଓଡ଼ିଶାର ଜଣେ ଯୁବ ପ୍ରତିଭା। ଏହାସହ ସେ ଜଣେ ପ୍ରତିଷ୍ଠିତ କୋରିଓଗ୍ରାଫର।
ସାଲସା ଡ୍ୟାନ୍‌‍ସରେ ମାହିର ଅନୁପମ ଝୁମ୍ ଓଡିଶା ଝୁମ୍ (ଏଥର ନାଚିବେ ମା’)ରେ ବିଚାରକ ଭାବେ ବସିଥିଲେ। ରିୟଲିଟି ସୋ’ ଲିଟିଲ ଷ୍ଟାର କିଡ୍‌ସରେ ମଧ୍ୟ ଅନୁପମ ବିଚାରକ ରହିଥିଲେ। ଏହାଛଡା ଜୁମ୍ବା ଫିଟନେସ୍ ପାଇଁ ସେ ଚାରିଆଡେ ଚର୍ଚ୍ଚାରେ ରହିଛନ୍ତି।
ଜୁମ୍ବା ଫିଟ୍‌‍ନେସ୍ ପାଇଁ ଅନୁପମ ନିକଟରେ ଅନ୍ତର୍ଜାତୀୟ ଲାଇସେନ୍‌ସ ହାସଲ କରିଛନ୍ତି। ନୂଆଦିଲ୍ଲୀରେ ସେ ଜୁମ୍ବା ପ୍ରଶିକ୍ଷକ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ନୂଆଦିଲ୍ଲୀରୁ ୨୦୦୯ରେ ଓଡ଼ିଶା ଫେରିବା ପରେ ଭୁବନେଶ୍ୱରରେ ତାଙ୍କ ଟେକ୍‌ନିକାଲ ସ୍କିଲ ବିସ୍ତାର କରିଥିଲେ। ତାଙ୍କ ଲୁକ୍ ଏବଂ ନୂଆ ଷ୍ଟାଇଲକୁ ନେଇ ସେ ଓଡ଼ିଶାରେ ଚର୍ଚ୍ଚାରେ ରହିଥିଲେ।

Tags: Halijae America, Anupam Nayak, Jaiphula, Jhoom Odisha Jhoom, Little Star Kids, Arun Mantri, Sangram, Asad Nisam, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment