ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିର ‘ମିଶନ-୧୨୦’କୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତି ପାଣିପାଗ ଉଷ୍ମ ରହିଛି। ଏହାକୁ ନେଇ ବିଜେଡି ଏବଂ ବିଜେପି ନେତାଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ୍ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଭୁବନେଶ୍ବରରେ ପହଞ୍ଚିବାର ମାତ୍ର ଘଣ୍ଟାଏ ପୂର୍ବରୁ ନବୀନ ଗଣମାଧ୍ୟମରେ ବିବୃତ୍ତି ଦେଇଛନ୍ତି। କହିଛନ୍ତି, ”ଆଇ ଡାଉଟ୍ ଭେରି ମଚ୍ ଦେ କ୍ୟାନ୍ ଗେଟ୍ ମେନି ସିଟ୍”।
ଗଣମାଧ୍ୟମରେ ନବୀନଙ୍କର ଏହି ଧାଡିକିଆ ବିବୃତ୍ତି ଏବେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କରିବାକୁ ବିଜେପି ନେତାମାନେ ଆଗେଇ ଆସିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ” ନବୀନବାବୁଙ୍କ ସନ୍ଦେହକୁ ମୁଁ ସ୍ୱାଗତ କରୁଛି। ନବୀନବାବୁ ତାଙ୍କ ଭାଷା କହିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ସହ ବିଜେଡିର ଲଢ଼େଇ ହେବ। କିଏ କେତେ ଆସନ ପାଇବ ତାହା ଓଡିଶାବାସୀ ନିର୍ଦ୍ଧାରଣ କରିବେ। ଏଣୁ ନବୀନବାବୁ ବିଜେପିର ୧୨୦ ଆସନକୁ ସନ୍ଦେହ କରିବା ସ୍ୱାଭାବିକ। ତାଙ୍କ ସନ୍ଦେହକୁ ମୁଁ ଶୁଭେଚ୍ଛା ଜଣାଉଛି।”
ଧର୍ମେନ୍ଦ୍ରଙ୍କ ପରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ମଧ୍ୟ ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି।
ଶ୍ରୀ ଶର୍ମା କହିଛନ୍ତି, ”‍ବିଜେଡି ସୁପ୍ରିମୋ ସମସ୍ତଙ୍କୁ ସନ୍ଦେହ କରନ୍ତି। ଏପରିକି ତାଙ୍କ ଦଳୀୟ କର୍ମକର୍ତ୍ତାଙ୍କ ଉପରେ ମଧ୍ୟ ସେ ସନ୍ଦେହ କରିଥା’ନ୍ତି। ସେ କେବେ ପରାଜୟର ମୁହଁ ଦେଖିନାହାନ୍ତି। ଏଣୁ ଆମାଗୀ ନିର୍ବାଚନରେ ପରାଜିତ ହେବା ଆଶଙ୍କାରେ ନବୀନ ଏଭଳି ବିବୃତ୍ତି ଦେଇଛନ୍ତି।”
ବିଜେପି-ବିଜେଡିର ଏହି ମିଶନ ରାଜନୀତିରେ ନବୀନ ମୁହଁ ଖୋଲିବା ନେଇ ହଇଚଇ ସୃଷ୍ଟି ହୋଇଛି।

Tags: Mission-120, Bhubaneswar News, BJD, BJP, Breaking News, Dharmendra Pradhan, Latest News, Naveen Patnaik, Odisha Breaking News, Odisha News, Odisha Politics, Odisha Stories, Odisha Top Stories, Politics, Sajjan Sharma, Top Stories

LEAVE A REPLY

Please enter your comment!
Please enter your name here