ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାଇଲିସ କ୍ୟାପଟେନ ମିତାଲୀ ରାଜ ନିକଟରେ ଏକ ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଜବରଦସ୍ତ ସମାଲୋଚନା (ଟ୍ରୋଲ) କରାଯାଉଛି।
ମିତାଲି ଛାଡିଥିବା ଏହି ଫଟୋରେ କିଛି ସାଙ୍ଗଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି। ଆଉ ଏହି ଫଟୋରେ ସେ ଲମ୍ବା ବେକ (ଡିପ୍ ନେକ୍) ଟପ୍ ପିନ୍ଧିଥିବାର ଦେଖାଯାଇଛି। ବାସ୍, ଏତିକିରେ ଆରମ୍ଭ ହୋଇଯାଇଛି ସୋସିଆଲ ମିଡିଆରେ ବବାଲ।
ଅନେକ ତାଙ୍କୁ ଏଭଳି ପୋଷାକ ନପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। କିଛି ଲୋକ ପରାମର୍ଶ ଦେଇଛନ୍ତି ଯେ ଏହି ଫଟୋକୁ ଟ୍ୱିଟର ଆକାଉଣ୍ଟରୁ ଡିଲେଟ୍ କରିଦେବାକୁ।
ଜଣେ ସମାଲୋଚକ କହିଛନ୍ତି, “ମିତାଲୀ ମ୍ୟାମ ପୂରା ଡ୍ରେସ୍ ପିନ୍ଧନ୍ତୁ…ସୋ’ ନକଲେ ଅଧିକ ସୁନ୍ଦର ଦିଶିବେ।”
ଆଉ ଜଣେ ଲେଖିଛନ୍ତି, “କାଟ୍ରିନା କେଫଙ୍କୁ ଏପରି ଡ୍ରେସ ପିନ୍ଧିବା ପାଇଁ ଟଙ୍କା ମିଳେ, କିନ୍ତୁ ମିତାଲିଙ୍କୁ କ’ଣ ଏଥିପାଇଁ ଟଙ୍କା ମିଳୁଛି? ସେ ଦେଶର ନେତୃତ୍ଵ ନେଉଛନ୍ତି, ତାଙ୍କୁ ଶାଳୀନତା ଦେଖାଇବାକୁ ପଡିବ।”
ଏହି ଫଟୋକୁ ଆଉ ଜଣେ ଅତି ସିରିୟସ ହୋଇ ଲେଖିଛନ୍ତି, “ଯଦି ଶରୀରକୁ ଅନାବୃତ୍ତ କରିବା ଆଧୁନିକତା, ତେବେ ମଣିଷଠାରୁ ପଶୁ ଆଧୁନିକ।”
କେବଳ ଯେ ଏପରି ପୋଷାକ ପାଇଁ ତାଙ୍କୁ ସମାଲୋଚନା କରାଯାଇଛି, ତା’ ନୁହେଁ, ଅନେକ ଲୋକ ମଧ୍ୟ ମିତାଲିଙ୍କ ସପକ୍ଷରେ ମତ ଦେଇଛନ୍ତି।
କିଛି ଲୋକଙ୍କ ମତରେ ଏଭଳି ପୋଷାକ ପିନ୍ଧି କିଛି ଭୁଲ କରିନାହାନ୍ତି ମିତାଲି।
ଜଣେ ଲେଖିଛନ୍ତି, “କୁଛ ତୋ ଲୋଗ କହେଁଗେ ଲୋଗୋଁ କା କାମ ହୈ କହେନା।”
ଆଉ ଜଣେ ଦୃଢ ସମର୍ଥକ କହିଛନ୍ତି, “କ୍ୟାପଟେନ୍ ଆପଣ ବହୁତ ସୁନ୍ଦର ଦିଶୁଛନ୍ତି, ସଂକୀର୍ଣ୍ଣ ମାନସିକତା ଥିବା ଲୋକଙ୍କ ସମାଲୋଚନାକୁ ଧ୍ୟାନ ଦିଅନ୍ତୁ ନାହିଁ। ସେମାନେ ଜାଣନ୍ତି ନାହିଁ ଆପଣ କିଏ। ଆମେ ଆପଣଙ୍କ ପାଇଁ ଗର୍ବିତ।”
ଗୋଟିଏ ଫଟୋକୁ ନେଇ ଯେତିକି ଆଲୋଚନା ସମାଲୋଚନା ହେଉଛି, ତାହା ଦର୍ଶାଉଛି ଯେ ଗ୍ଲାମର କ୍ରିକେଟର ମିତାଲି ରାଜଙ୍କ କ୍ରେଜ କେତେ ବୃଦ୍ଧି ପାଇଛି। ବିଶେଷ କରି ଭାରତୀୟ ମହିଳା କ୍ରିକେଟକୁ ସେ ବହୁ ଉପରକୁ ନେଇଯାଇଛନ୍ତି। ବିଶ୍ୱକପରେ ତାଙ୍କର ପ୍ରଦର୍ଶନ ଏବଂ ତାଙ୍କ ନେତୃତ୍ୱରେ ଟିମର ପ୍ରଦର୍ଶନ ଏବେ ବି ଲୋକଙ୍କ ମନରୁ ଯାଇନି।
ପଡିଆରେ ତାଙ୍କର ଷ୍ଟାଇଲିସ ବ୍ୟାଟିଂ ଦେଖିବା ପାଇଁ ଲୋକଙ୍କ ମନରେ ଯେମିତି କ୍ରେଜ୍, ସେହିପରି ଦେଖିବାକୁ ମିଳିଛି ତାଙ୍କର ଗୋଟିଏ ଫଟୋକୁ ଆଲୋଚନା ଓ ସମାଲୋଚନା।

Tags: Mitali Raj, Indian Cricketer, Mithali Dorai Raj, Women’s cricket team, Cricket, Indian Cricket, Social Media, Media, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

Comment