ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ବଢ଼ିଛି। ଏ ସମ୍ପର୍କିତ ପ୍ରସ୍ତାବରେ ବୁଧବାର କ୍ୟାବିନେଟ୍ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ବିଧାୟକ, ମନ୍ତ୍ରୀଙ୍କ ଦରମା-ଭତ୍ତା ପ୍ରସଙ୍ଗକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।
କ୍ୟାବନେଟ୍ ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦରମା ଓ ଭତ୍ତା ବାବଦରେ ୯୮ ହଜାର ଟଙ୍କା ପାଇବେ। କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ୯୭ ହଜାର ଟଙ୍କା ମିଳିବାକୁ ଥିବା ବେଳେ ରାଷ୍ଟ୍ର ମନ୍ତ୍ରୀମାନେ ୯୫ ହଜାର ଟଙ୍କା ପାଇବେ।
ବାଚସ୍ପତିଙ୍କ ଦରମା ୯୭,୫୦୦ ଟଙ୍କା, ଉପ ବାଚସ୍ପତିଙ୍କ ଦରମା ୯୫ ହଜାର ଟଙ୍କା ହେବ। ସେହିପରି ସରକାରୀ ମୁଖ୍ୟ ସଚେତକ ୯୫ ହଜାର ଟଙ୍କା, ଉପମୁଖ୍ୟ ସଚେତକ ୯୩ ହଜାର ଟଙ୍କା ପାଇବେ। ସେହିପରି ବିରୋଧୀ ଦଳ ନେତାଙ୍କୁ ୯୭ ହଜାର ଟଙ୍କା ମିଳିବ।
ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି କରିବାକୁ ବୁଧବାର ପୂର୍ବାହ୍ନରେ ଦାବି ହୋଇଥିଲା। ସବୁ ଦଳର ବିଧାୟକମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଦାବି କରିଥିଲେ। ବିଧାୟକ ପାଣ୍ଠି ୧ କୋଟିରୁ ବୃଦ୍ଧି କରି ୩ କୋଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା।
ଗତ ବଜେଟ୍ ଅଧିବେଶନ ବେଳେ କଂଗ୍ରେସ ବିଧାୟକ ନବ କିଶୋର ଦାସ ଏହି ପ୍ରସଙ୍ଗ ଉଠାଇଥିଲେ। ବିଧାୟକ ପାଣ୍ଠି ଓ ଦରମା ବୃଦ୍ଧି କରିବାକୁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ବିଧାୟକମାନେ ମାସକୁ ୧୬ ହଜାର ଟଙ୍କା ଦରମା ଏବଂ ଅନ୍ୟାନ୍ୟ ଭତ୍ତାକୁ ମିଶାଇ ୬୦ ହଜାର ଟଙ୍କା ପାଉଥିଲେ। ସେହିପରି ବିଧାୟକ ପାଣ୍ଠିକୁ ୧ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସେ ସରକାରଙ୍କ ନିକଟରେ ଦାବି କରିଥିଲେ।
ବିଧାୟକ ନବ ଦାସଙ୍କ ଏହି ଦାବିକୁ ସେତେବେଳେ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି, ବିଜେଡି ବିଧାୟକ ମହେଶ ସାହୁ, ଦେବାଶୀଷ ନାୟକ, ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖ ସମର୍ଥନ କରିଥିଲେ।

Tags: Naveen Patnaik, MLA Salary Hike, Salary Hike, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here