ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ବିଧାୟକ, ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା ବୃଦ୍ଧି କରାଯାଇଛି। ଦରମା ବୃଦ୍ଧି ହେବା ପରେ ଜନପ୍ରତିନିଧି ମାଲାମାଲ ହେବେ। ତେବେ ଆସନ୍ତୁ ଜାଣିବା ଜନପ୍ରତିନିଧିମାନେ କେତେ ପାଉଥିଲେ ଏବଂ ଆଗକୁ କେତେ ପାଇବେ।
-ବିଧାୟକମାନେ ଦରମା ଓ ଭତ୍ତା ବାଦରେ ୬୦ ହଜାର ଟଙ୍କା ପାଉଥିଲେ ଏବେ ୧ ଲକ୍ଷ ଟଙ୍କା ପାଇବେ।
-ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ୯୮ ହଜାର ଟଙ୍କା।  ଦରମା ବାବଦରେ ୪୧ ହଜାର ଟଙ୍କା ମିଳିବାକୁ ଥିବା ବେଳେ କାର୍ ଆଲାଉନ୍ସ ବାବଦରେ ୧୭ ହଜାର, ଅନ୍ୟାନ୍ୟ ଭତ୍ତା ବାବଦରେ ୪୦ ହଜାର ଟଙ୍କା ପାଇବେ।
-କ୍ୟାବିନେଟ୍ ମନ୍ତ୍ରୀ ପାଉଥିଲେ ୫୮ ହଜାର ଟଙ୍କା। ଏବେ ପାଇବେ ୯୭ ହଜାର ଟଙ୍କା।
-୫୭ ହଜାର ଟଙ୍କା ଲେଖାଏଁ ପାଉଥିବା ରାଷ୍ଟ୍ର ମନ୍ତ୍ରୀମାନେ ୯୫ ହଜାର ଟଙ୍କା ପାଇବେ।
-ବାଚସ୍ପତି ପୂର୍ବରୁ ଦରମା, ଭତ୍ତା ବାଦରେ  ପାଉଥିଲେ ୫୮ ହଜାର ୫୦୦ ଟଙ୍କା । ଏବେ ପାଇବେ ୯୭ ହଜାର ୫୦୦।
-ଉପବାଚସ୍ପତି ପାଉଥିଲେ ୫୭ ହଜାର ଟଙ୍କା। ଏବେ ପାଇବେ ୯୫ ହଜାର ଟଙ୍କା।
-ବିରୋଧୀ ଦଳ ନେତା ପାଉଥିଲେ ୫୮ ହଜାର ଟଙ୍କା। ଏବେ ପାଇବେ ୯୭ ହଜାର ଟଙ୍କା।
-ଶାସକ ଦଳ ମୁଖ୍ୟ ସଚେତକ ପାଉଥିଲେ ୫୮ ହଜାର। ଏବେ ପାଇବେ ୯୭ ହଜାର।
-ଉପମୁଖ୍ୟ ସଚେତକ ପାଉଥିଲେ ୫୬ ହଜାର ଟଙ୍କା। ଏବେ ପାଇବେ ୯୩ ହଜାର ଟଙ୍କା।

Tags: Bhubaneswar News, Breaking News, Latest News, MLA Salary Hike, Naveen Patnaik, Odisha Breaking News, Odisha News, Odisha Stories, Odisha Top Stories, Salary Hike, Top Stories

1 COMMENT

LEAVE A REPLY

Please enter your comment!
Please enter your name here