ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ଦେଶରେ ସ୍କୁଲ ପିଲା ଏକ ନୂଆ ପାଠ ପଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ପାଠ ହେଉଛି ସ୍ପର୍ଶ କରିବା ନେଇ। ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ସବୁ ସ୍କୁଲରେ ପ୍ରଦର୍ଶନ କରାଯିବ। ଏହା ଫଳରେ କୁନି ପିଲା ଜାଣିପାରିବେ ଯଦି କେହି ସେମାନଙ୍କ ପ୍ରତି କିଛି ଖରାପ କାମ କରୁଛି କିମ୍ବା କରିବାର ଉଦ୍ୟମ କରୁଛି। ଭିଡିଓରେ କୁହାଯାଇଛି ଯଦି କୌଣସି ପ୍ରକାର ତ୍ରୁଟି ପୂର୍ଣ୍ଣ ବ୍ୟବହାର କରାଯାଏ ପିଲା ସେମାନଙ୍କ ବାପା, ମା’ ଓ ମିସ୍‌‍ଙ୍କୁ କିପରି ଅଭିଯୋଗ କରିପାରିବେ ଓ ସୂଚନା ଦେଇ‍ପାରିବେ।
ଏଥିପୂର୍ବରୁ ବଲିଉଡ ଅଭିନେତ। ଅମିର୍ ଖାଁ ତାଙ୍କ ସତ୍ୟମେବ ଜୟତେ କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ଛୋଟ ପିଲାଙ୍କ ପ୍ରତି ବଡ଼ ଲୋକମାନେ ଉତ୍ତମ ବ୍ୟବହାର କରିବା ପାଇଁ ପରାମର୍ଶ ଓ ନିବେଦନ କରିଥିଲେ। ଅବଶ୍ୟ ଆଜିକାଲି ମୋବାଇଲ ଫ୍ରେଣ୍ଡଲି ବାପା ମା’ ପିଲାଙ୍କୁ ଏହି ସଚେତନତା ସୃଷ୍ଟି କରୁଛନ୍ତି। କିନ୍ତୁ ଏହା ଯଥେଷ୍ଟ ନୁହେଁ।
ଦେଶରେ ଘର, ସ୍କୁଲ ଓ ବାହାରେ କୁନି କୁନି ବାଳିକାଙ୍କ ସହିତ ଅଧିକରୁ ଅଧିକ ଖରାପ ଆଚରଣ ପ୍ରଦର୍ଶନ କରାଯାଉଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଛି। ଯଦି ଛୋଟ ଛୁଆ ଯୌନ ନିର୍ଯାତନାର ଶିକାର ହେଉଛନ୍ତି ତା’ର କାରଣ ନା ଘରେ ନା ସ୍କୁଲରେ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ସମ୍ପର୍କରେ ଅବଗତ କରାଯାଉଛି। ଖାଲି ସେତିକି ନୁହେଁ, ଅଭିଭାବକ ମହଲରେ ଓ ଶିକ୍ଷକ ମହଲରେ ଏହାକୁ ଗୁରୁତ୍ୱର ସହ ନିଆଯାଏ ନାହିଁ।
ଖବର ଅନୁସାରେ କେନ୍ଦ୍ର ସରକାର, ରାଜ୍ୟ ଶିକ୍ଷା ପରିଷଦ ଓ ସିବିଏସଇ ଆଦି ବୋର୍ଡକୁ ଏହି ଭିଡିଓ ପଠାଇ ତାହାର ନିୟମିତ ପ୍ରଦର୍ଶନ ପାଇଁ ଆଦେଶ ଦେବେ।

Tags: Good Touch, Bad Touch, Sex Abasement, Satyamev Jayate, Amir Khan, Education System, Odisha Education System, Education, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment