ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦ ବର୍ଷ ତଳେ ଯେଉଁ ଦଳ ପ୍ରତିଷ୍ଠା ପାଇଁ ‘ଏନ୍‌ପି’ଙ୍କୁ ସହାୟତା କରିଥିଲି ତାହା ଏବେ ଆଉ ନାହିଁ। ବିଜୁବାବୁ ଥିଲେ ଏହାକୁ ସେ ଆଦୌ ଗ୍ରହଣ କରି ନଥା’ନ୍ତେ। ବିଜେଡିର ‘ହର୍‌ତାଲ’ ମୋତେ ଲଜ୍ଜିତ କରିଛି। ୨୦୧୦ର ‘ରିୟଲ’ ବିଜେଡି ୨୦୧୭ରେ ନାହିଁ। ଏମିତି କିଛି କଡା ଶବ୍ଦରେ ଟ୍ୱିଟ କରି ବିଜେଡି ଏମ୍‌ପି ବୈଜୟନ୍ତ ପଣ୍ଡା ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି।

‘ହର୍‌ତାଲ୍‌’ରେ କାଁ ଭାଁ ଗଣ୍ଡଗୋଳ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଏମିତି ଢଙ୍ଗରେ ସଫେଇ ଦେଇଛନ୍ତି ବିଜେଡି ନେତା। ତେବେ ବିଜେଡି ନେତା ସଫେଇ ଦେବାର ଅଧ ଘଣ୍ଟା ନ ପୂରୂଣୁ ଦଳ ଭିତରେ ବିରୋଧର ସ୍ୱର ଉଠିଛି। ବିଜେଡି ଏମ୍‌ପି ବୈଜୟନ୍ତ ପଣ୍ଡା ଏହି ‘ହରତାଲ୍‌’କୁ ଟ୍ୱିଟର ମାଧ୍ୟମରେ ସମାଲୋଚନା କରିଛନ୍ତି। ସିଧାସଳଖ ନବୀନ ପଟ୍ଟନାୟକଙ୍କ ନାଁ ନେଇ ତାଙ୍କ ସ୍ୱରକୁ ଶାଣିତ କରିଛନ୍ତି।
୨୦୧୦ର ବିଜେଡି ଆଉ ୨୦୧୭ର ବିଜେଡି ଭିତରେ ଫରକ୍ ରହିଛି ବୋଲି ବୈଜୟନ୍ତ ଉଲ୍ଲେଖ କରିଛନ୍ତି। ବୈଜୟନ୍ତଙ୍କ ଏହି ଟ୍ୱିଟ ଏବେ ବିଜେଡି ରାଜନୀତିରେ ଝଡ଼ ସୃଷ୍ଟି କରିଛି।
ବୈଜୟନ୍ତ ତାଙ୍କ ଟ୍ୱିଟର ପେଜରେ ଦୁଇଟି ଫଟୋ ଅପ୍‌ଲୋଡ୍ କରିଛନ୍ତି। ଗୋଟିଏ ଫଟୋ ୨୦୧୦ ବିଜେଡି ଧାରଣାର ହୋଇଥିବା ବେଳେ ଆଉ ଗୋଟିଏ ସୋମବାର ହୋଇଥିବା ବିଜେଡି ‘ହରତାଲ୍‌’ର ଫଟୋ। ଏହି ଦୁଇଟି ଫଟୋକୁ ଛାଡି ବୈଜୟନ୍ତ ୨୦୧୦ ଓ ୨୦୧୭ ବିଜେଡି ଭିତରେ ତୁଳନା କରିଛନ୍ତି।
୨୦୧୦ରେ କେନ୍ଦ୍ରରେ ଶାସନରେ ଥିଲା କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର। ଉପା ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗରେ ବିଜେଡି ଧାରଣା ଦେଇଥିଲା। ବୈଜୟନ୍ତ ତାଙ୍କ ଟ୍ୱିଟର ପେଜରେ ୨୦୧୦ ଧାରଣାର ଯେଉଁ ଫଟୋ ଛାଡିଛନ୍ତି ସେଥିରେ ସେ ନିଜେ ଏବଂ ତତ୍କାଳୀନ ମାର୍ଗଦର୍ଶକ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସମେତ ଅନ୍ୟ କିଛି ଦଳୀୟ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
୨୦୧୦ ଧାରଣା ଫଟୋ ପାଖରେ ବୈଜୟନ୍ତ ସୋମବାର ‘ହର୍‌ତାଲ୍‌’ର ଫଟୋ ମଧ୍ୟ ଅପ୍‌ଲୋଡ୍‌ କରିଛନ୍ତି। ଯେଉଁଥିରେ ବିଜେଡି କର୍ମୀ ସାଧାରଣ ଲୋକଙ୍କୁ ଅଟକାଇ ହିଂସା ଆଚରଣ କରୁଥିବା ଦେଖିବାକୁ ମିଳିଛି। ଏହି ଦୁଇଟି ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ କରି କରି ବିଜେଡିକୁ ସମାଲୋଚନା କରିଛନ୍ତି।

Tags: Odisha News, Odisha, Odisha Hot News, Odisha Breaking News, Baijayant Panda, PetroL Hike, BJD, Politics, Naveen patnaik, Bhubaneswar, Pyarimohan Mohapatra, Social Media, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment