ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ତୈଳ ନିଗମ ରାଜ୍ୟ ସରକାରଙ୍କୁ ୨୯୩୫ କୋଟି ଟଙ୍କା ପ୍ରଦାନ କରିଛି। ପାରାଦୀପ ତୈଳ ବିଶୋଧନାଗାର ବିବାଦ ସମାଧାନ ପରେ ନିଗମ ୨୦୧୫ ଜୁଲାଇରୁ ୨୦୧୭ ପର୍ଯ୍ୟନ୍ତ ଭାଟ୍ ବାବଦରେ ଏହି ଅର୍ଥ ପୈଠ କରିଛି।
୨୦୧୫ ପାଇଁ ୨୧୫ କୋଟି, ୨୦୧୬-୧୭ ବର୍ଷ ପାଇଁ ୮୯୭ କୋଟି, ୨୦୧୭-୧୮ ଜୁଲାଇ ପର୍ଯ୍ୟନ୍ତ ୮୨୩ କୋଟି ଟଙ୍କା ଦିଆଯାଇଥିବା ଜଣାପଡିଛି।
ପାରାଦୀପ ତୈଳ ବିଶୋଧନାଗାର ଟିକସକୁ ନେଇ ରାଜ୍ୟ ସରକାର ଏବଂ ଆଇଓସିଏଲ୍ ମଧ୍ୟରେ ବିବାଦ ଲାଗି ରହିଥିଲା। ୨୦୧୭ ଫେବ୍ରୁୟାରୀ ୨୨ ତାରିଖରେ ଭାରତୀୟ ତୈଳ ନିଗମକୁ ଦିଆଯାଇଥିବା ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥାକୁ ସରକାର ପ୍ରତ୍ୟାହାର କରି ନେଇଥିଲେ। କ୍ୟାବିନେଟ୍ ନିଷ୍ପତ୍ତି ଆଧାରରେ ସରକାର ୨୦୦୪ ମସିହା ଜୁନ୍ ୧ ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତିକୁ ରଦ୍ଦ କରିଥିଲେ।
ଏହା ବିରୋଧରେ ନିଗମ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାର୍ଚ୍ଚ ୧୬ ତାରିଖରେ କୋର୍ଟ ଓ୍ବାର୍କିଂ ଗ୍ରୁପ୍ ମାଧ୍ୟମରେ ଆପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।  ପରେ ଏହି ଟିକସ ବିବାଦରେ ପୂର୍ଣ୍ଣଛେଦ ପଡିଥିଲା।

Tags: Iocl, Paradeep, High Court, Dharmendra Pradhan, Naveen Patnaik, Odisha News, Odisha Spot News, Odisha Hot News, Breaking News, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here