ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିରେ ସାମିଲ୍‍ ହେଲେ ବିଜେପୁରର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର। ବିଜେଡି ପାର୍ଟି ଅଫିସରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶନିବାର ସ୍ୱର୍ଗତ ସାହୁଙ୍କ ପତ୍ନୀ ରୀତା ସାହୁ, ପୁଅ ସୁମିତ ସାହୁଙ୍କ ସମେତ ଶତାଧିକ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।
ରୀତା ସାହୁ କହିଛନ୍ତି, “ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ଆଜି ବିଜେଡିରେ ସାମିଲ ହୋଇଛୁ। ବିଜେପୁରର ବିକାଶକୁ ଆଗକୁ ନେବା ପାଇଁ ଉଦ୍ୟମ କରିବୁ।”
ବିଜେଡିରେ ଯୋଗଦାନ ସମ୍ପର୍କରେ ସ୍ୱର୍ଗତ ସୁବଳ ସାହୁଙ୍କ ପୁଅ ସୁମିତ ସାହୁ ଗତ ଦୁଇଦିନ ତଳେ ସ୍ପଷ୍ଟ କରିଥିଲେ। ଆସନ୍ତା ଉପ-ନିର୍ବାଚନରେ ରୀତା ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଅଗଷ୍ଟ ୨୨ରେ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା। ସେ କ୍ୟାନ୍‌ସରରେ ପୀଡିତ ଥିଲେ। ୧୯୬୧ ମାର୍ଚ୍ଚ ୧୧ରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ସାହୁ ବିଜେପୁର ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିଲେ।
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଲଗାତାର ଭାବେ ନିର୍ବାଚନ ଜିତିଥିଲେ। ୨୦୧୪ ନିର୍ବାଚନରେ ସ୍ୱର୍ଗତ ସାହୁ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାଜିତ କରିଥିଲେ।

LEAVE A REPLY

Please enter your comment!
Please enter your name here