ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁହାଁମୁହିଁ ସ୍ଥିତିରେ ଉତ୍ତର-କୋରିଆ ଏବଂ ଆମେରିକା। ଆଉ ଏକ ଯୁଦ୍ଧ ପାଇଁ ଉଭୟ ରାଷ୍ଟ୍ର ପ୍ରସ୍ତୁତ ବୋଲି ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ଫଳସ୍ରୂପ ରବିବାର ଉତ୍ତର-କୋରିଆ ସୀମାରେ ଆମେରିକାର ଯୁଦ୍ଧ ବିମାନ ପଇଁତରା ମାରିଛି।
ପ୍ରଥମ ଥର ପାଇଁ ଆମେରିକାର ଉତ୍ତର-କୋରିଆ ସୀମା ନିକଟରେ ଆମେରିକା ଶକ୍ତି ଦେଖାଇଥିବାରୁ ଯୁଦ୍ଧ ସମ୍ଭାବନା ବଢ଼ିଯାଇଛି। ଉତ୍ତର-କୋରିଆକୁ ଧ୍ୱଂସ କରିବାକୁ ଆମେରିକା ରାଷ୍ଟ୍ରପତି ଧମକ ପରେ ଆଜିର ସ୍ଥିତି ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଆମେରିକାର ବି ୱାନ୍ ବି ବମ୍ବୋର୍ସ ଏବଂ ଏଫ୍-୧୫ସି ଇଗଲ ଫାଇଟର ଜେଟ୍ ଯୁଦ୍ଧର ରିହର୍ସଲ କରିଛି।
ମିଳିତ ଜାତିସଂଘରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର-କୋରିଆ ଶାସକ କିମ୍ ଜଙ୍ଗଙ୍କୁ ‘ରକେଟ୍ ମ୍ୟାନ୍’ ବୋଲି କହିଥିଲେ। ସେ ନିଜ ପ୍ରତି ଏବଂ ଦେଶ ପ୍ରତି ସୁଇସାଇଡାଲ ମିଶନରେ ବାହାରିଥିବା ଟ୍ରମ୍ପ କହିବା ପରେ ଉତ୍ତର-କୋରିଆକୁ ଅପମାନ ଲାଗିଥିଲା।
ଏହାର ଜବାବରେ ଉତ୍ତର-କୋରିଆ କହିଥିଲା, ଆମେରିକାର ଚେତାବନୀ ‘କୁକୁର ଭୁକିବା ଭଳି’। ଏହାକୁ ଉତ୍ତର-କୋରିଆ ଭୟ କରେ ନାହିଁ। କିମ୍ ଜଙ୍ଗଙ୍କୁ ଟ୍ରମ୍ପ ରକେଟ୍ ମ୍ୟାନ କହିବା ପରେ ଉତ୍ତରକୋରିଆ ଉତକ୍ଷିପ୍ତ ହୋଇ ଯାଇଥିଲା। ଆମେରିକା ଉପରେ ରକେଟ୍ ମାଡ଼ କରାଯିବ ବୋଲି କହିଥିଲା।
ଏହାର ଜବାବ ମଧ୍ୟ ଟ୍ରମ୍ପ ଟ୍ୱିଟରରେ ଦେଇଛନ୍ତି। ରକେଟ ମାଡ଼ କଲେ ଉତ୍ତର-କୋରିଆ ହୁଏତ ବିଶ୍ୱ ମାନଚିତ୍ରରେ ରହିପାରିବ ନାହିଁ ବୋଲି କହିଛନ୍ତି।
ଉତ୍ତର-କୋରିଆ ଏବେ ଅନ୍ତର୍ମହାଦେଶୀୟ ମିଜାଇଲ ପ୍ରସ୍ତୁତ କରିଛି। ଏହା ଆମେରିକାକୁ ସହଜରେ ପହଞ୍ଚିପାରିବ। ହାଇଡ୍ରୋଜେନ୍ ବୋମା ପରୀକ୍ଷଣ କରି ଉତ୍ତରକୋରିଆ ସଫଳ ହୋଇଛି। ଏହାକୁ ନେଇ ଆମେରିକା ବିବ୍ରତ ହୋଇପଡ଼ିଛି।

LEAVE A REPLY

Please enter your comment!
Please enter your name here