ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସୋମବାର କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାତଙ୍କ ଅଣ୍ଟା ଏବଂ ଆଣ୍ଠୁରେ ଯନ୍ତ୍ରଣା ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ କଟକ ପଠାଇଛନ୍ତି। ୪ ଜଣିଆ ଡାକ୍ତରୀ ଟିମଙ୍କ ପରାମର୍ଶ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।
ଏସ୍ସିବି ମେଡ଼ିକାଲରେ ପ୍ରଭାତ ବିଶ୍ୱାଳଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏଠାରେ ସମସ୍ତ ପରୀକ୍ଷା ନିରୀକ୍ଷା କରାଯିବା ପରେ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି। ଫଳରେ ପ୍ରଭାତଙ୍କୁ ଆଇସିୟୁରେ ରଖା ଯାଇଛି।
ଏସ୍ସିବି ସୁପରିଟେଣ୍ଡେଣ୍ଟ ଶ୍ୟାମା କାନୁନଗୋ କହିଛନ୍ତି, “ପ୍ରଭାତ ବିଶ୍ୱାଳ ଭଲଭାବେ ଦେଖିପାରୁ ନାହାନ୍ତି। ତାଙ୍କ ମେରୁଦଣ୍ଡରେ ସମସ୍ୟା ରହିବା ସହ ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି।”