ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀରେ ଚାଲିଥିବା ଦୁଇଦିନିଆ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ
ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ଦିଲ୍ଲୀର ତାଳକୋଟ୍ରା ଷ୍ଟାଡିଅମରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକାରିଣୀ ବୈଠକର ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏକ ଦୁର୍ନୀତି ମୁକ୍ତ ଭାରତ ଗଠନ ପାଇଁ ଏଥିରେ ସଂକଳ୍ପ ନିଆଯାଇଛି।
ବୈଠକରେ ଦଳର ବରିଷ୍ଠ ନେତା ଲାଲ କୃଷ୍ଣ ଅଡ୍ଭାନି ଙ୍କ ସମେତ ଅରୁଣ ଜେଟ୍‌ଲି ଓ ଦଳର ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେଇଥିଲେ।
ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପିୟୁଷ୍ ଗୋଏ‍ଲ। ଗୋଏଲ କହିଛନ୍ତି ଯେ ନୂଆ ଭାରତ ନିର୍ମାଣ ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ଦଳର କର୍ମକର୍ତ୍ତାଙ୍କୁ ପ୍ରଶଂସିତ ଓ ଉତ୍ସାହିତ କରଯାଇଥିଲା। ଏଥିସହିତ ଦୁର୍ନୀତି, ଆତଙ୍କବାଦ, ଜାତିବାଦ, ସାମ୍ପ୍ରଦାୟିକ ଏକତା ଓ ସଦ୍ଭାବକୁ ବିଗାଡୁଥିବ। ଶକ୍ତିମାନଙ୍କଠାରୁ କିଭଳି ଦେଶକୁ ମୁକ୍ତ କରାଯିବ ସେ ନେଇ ସଂକଳ୍ପ ନିଆଯାଇଥିଲା।
ବୈଠକରେ କେରଳ ଓ ବଙ୍ଗଳାରେ ହେଉଥିବା ରାଜନୀତିକ ହିଂସାକୁ ନିନ୍ଦା କରାଯାଇଥିଲା। ଗୋଏଲ କହିଲେ ଯେ ହିଂସାକୁ କୌଣସି ବିଜେପି କର୍ମୀ ଡରିଯିବେ ନାହିଁ। ବିଜେପିର କର୍ମକର୍ତ୍ତା ଶାନ୍ତି ଓ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି। ଭାରତର ରାଜନୀତିରେ ବଂଶବାଦକୁ ହଟାଇହେବ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ଅମିତ ଶାହା ସମାଲୋଚନା କରିଥିଲେ। ସେ କହିଲେ ଯେ ସୁଶାସନରେ ଭାରତର ରାଜନୀତି ବିଶ୍ୱାସ କରେ। ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଭଳି ରାଜନୀତିରେ ବିଜେପି ବିଶ୍ୱାସ କରିଆସିଛି ଓ ଆଗକୁ ମଧ୍ୟ ଦଳ ଏହି ରାସ୍ତାରେ ଚାଲିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମିଶନ ୨୦୧୯ ଓ ବିଭିନ୍ନ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱର ସହିତ ନିଆଯାଉଛି। ସୋମବାର ଦିନ ର ବୈଠକରେ ବିଜେପିର କୋର ଗ୍ରୁପର ନେତାଙ୍କ ବ୍ୟତୀତ ଦଳର ୧୪୦୦ ବିଧାୟକ ଓ ୩୩୭ ସାଂସଦ ଯୋଗ ଦେଇଥିଲେ।ତା ଛଡ଼ା ୨୦୦୦ ନିମନ୍ତ୍ରିତ ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here