ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା କମଲ ହାସନ ରାଜନୀତିକୁ ଆସିବେ ବୋଲି ବିଗତ କିଛି ଦିନ ଧରି ଘୋର ଚର୍ଚ୍ଚା ଚାଲିଥିଲା। ହାସନ ନିଜେ କହିସାରିଛନ୍ତି ଯେ ସେ ନିଜର ଏକ ଦଳ ଗଠନ କରିପାରନ୍ତି। କିନ୍ତୁ ଏବେ ଖବର ଆସୁଛି ଯେ ନିଜ ଦଳ ଗଠନ ଅପେକ୍ଷା ସେ ଅନ୍ୟ କେଉଁ ଦଳରେ ଯୋଗ ଦେବେ, ଏବଂ ସମ୍ଭବତଃ ବିଜେପି ହିଁ ତାଙ୍କ ପାଇଁ ସବୁଠାରୁ ପାଖ ଦଳ।
ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କମଲ ହାସନ କହିଛନ୍ତି ଯେ ଯଦି ସେ ରାଜନୀତିକୁ ଆସିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି ଓ କୌଣସି ସାମ୍ବିଧାନିକ ପଦବୀରେ ରହିବାର ସୁଯୋଗ ମିଳେ ତେବେ ସେ ଅଭିନୟ ଛାଡ଼ିଦେବେ।
ହାସନ ସ୍ପଷ୍ଟ କରିଛନ୍ତି ଯେ ରାଜନୀତିରେ ମିଶିଲେ ବି ଯଦି ସିନେମା ଜଗତ ତାଙ୍କର ସାହାଯ୍ୟ କେବେବି ଚାହିଁବ ସେ ତାହା ଦେବାକୁ ପ୍ରସ୍ତୁତ।
ହାସନ ସେହି ଟିଭି ସାକ୍ଷାତକାରରେ ଏ କଥା ମଧ୍ୟ କହିଛନ୍ତି ଯେ ସେ କୌଣସି ଏକ ନିର୍ଦ୍ଦିଷ୍ଟ ବିଚାରଧାରା ଦ୍ୱାରା ପ୍ରେରିତ ନୁହଁନ୍ତି। କିନ୍ତୁ ଯେଉଁ ରାଜନୈତିକ ଗୋଷ୍ଠୀର ଚିନ୍ତାଧାରା ସହିତ ସେ ଏକମତ ସେଇଟି ହେଉଛି ବାମପନ୍ଥୀ ଚିନ୍ତାଧାରା। ତେବେ ଯଦି ନିଜ ରାଜ୍ୟ ତାମିଲନାଡ଼ୁର ସ୍ୱାର୍ଥ ହାସଲ ପାଇଁ ତାଙ୍କୁ ବିଜେପିରେ ଯୋଗ ଦେବାକୁ ପଡ଼େ ସେଥିପାଇଁ ସେ କୁଣ୍ଠାବୋଧ କରିବେ ନାହିଁ।

LEAVE A REPLY

Please enter your comment!
Please enter your name here