ଓଡ଼ିଶାଲାଇଭ୍ ବ୍ୟୁରୋ

ପୂଜାମଣ୍ଡପରେ ମହାମୟାୟୀଙ୍କ ମହାନବମୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ବିଭିନ୍ନ ଶକ୍ତି ପୀଠରେ ପାରମ୍ପରିକ ରୀତିନୀତିରେ ମା’ଙ୍କ ଦଶମୀ ପୂଜା ଅନୁଷ୍ଠିତ ହୋଇଛି। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡି, ବାଙ୍କୀର ଚର୍ଚ୍ଚିକା, ବଡ଼ମ୍ବା ଭଟ୍ଟାରିକା, ଯାଜପୁରର ବିରଜା କ୍ଷେତ୍ର ଝଙ୍କଡ଼ ଶାରଳା, କାକଟପୁରର ମଙ୍ଗଳା, ଶ୍ରୀକ୍ଷେତ୍ରରେ ମା’ ବିମଳା ଏବଂ ତାଳଚେରର ମା’ ହିଙ୍ଗୁଳାଙ୍କ ପୀଠରେ ଦଶହରା ପାଳିତ ହୋଇଛି।
ଦଶହରା ଉପଲକ୍ଷେ ବିଭିନ୍ନ ଶକ୍ତି ପୀଠରେ ସ୍ବତନ୍ତ୍ର ରୀତିନୀତି ଆୟୋଜନ କରାଯାଇଛି। ଉପବାସ ରଖିଥିବା ଶ୍ରଦ୍ଧାଳୁମାନେ ଶୁକ୍ରବାର ସକାଳୁ ଭୋଗ, ନୈବେଦ୍ୟ ଧରି ମା’ଙ୍କ ଦର୍ଶନ ନିମନ୍ତେ ଭିଡ଼ ଜମାଇଥିଲେ। ଷୋଡ଼ଶ ଉପଚାରରେ ମା’ଙ୍କ ପୂଜା କରାଯାଉଛି। ଦଶମୀ ଉପଲକ୍ଷେ ଘଣ୍ଟ, ଘଣ୍ଟା ବାଦ୍ୟରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଛି। ଦୂର ଦୂରାନ୍ତରୁ ମା’ଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁ ଆସିଥିବା ପରିଲକ୍ଷିତ ହୋଇଛି। ସନ୍ଧ୍ୟାରେ ବି ଶକ୍ତିପୀଠରେ ବେଶ୍ ଭିଡ଼ ଦେଖିବାକୁ ମିଳିଛି।  ପୂଜାମଣ୍ଡପରେ ମା’ଙ୍କ ନବମୀ ପୂଜା ଶେଷ ହେବା ପରେ ସନ୍ଧ୍ୟାରେ ଲୋକଙ୍କ ଗହଳି ଜମିଛି। ରଙ୍ଗିନ୍ ଆଲୋକମାଳା ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଟ୍ବିନ୍ ସିଟି ରଙ୍ଗିନ୍ ହୋଇଯାଇଛି। ପିଲାଠାରୁ ବୁଢ଼ା ସମସ୍ତେ ପୂଜାମଣ୍ଡପ ନିକଟରେ ପୂଜାର ମଜା ନେଇଛନ୍ତି।

 

LEAVE A REPLY

Please enter your comment!
Please enter your name here