ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ବିଜେପି ଆଜି ବରପାଲିରେ ଶକ୍ତି ପ୍ରଦର୍ଶନ କରିଛି। ପ୍ରାୟ ୩୦ ହଜାର କର୍ମୀଙ୍କୁ ଠୁଳକରି ବିଜେପି ବିଜେପୁର ପାଇଁ ବିଗୁଲ ଫୁଙ୍କିଛି। ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ସାମିଲକରି ବିଜେପି ରଣହୁଙ୍କାର ଦେଇଛି।
ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି। ହେଲେ ସବୁ ଦଳ ସମରସଜ୍ଜା ଆରମ୍ଭ କରି ଦେଇଛନ୍ତି। ପ୍ରଥମେ ବିଜେଡି ଦିବଗଙ୍ଗ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣାକରି ରାଜନୀତିକୁ ସରଗରମ କରିଥିଲା। ଆଉ ଏବେ ବିଜେଡିକୁ ଚେକ୍‌ ଦେବା ପାଇଁ ବିଜେପି ବରଗଡ଼ ଜିଲ୍ଲା ବରପାଲିଠାରେ ଶକ୍ତି ପ୍ରଦର୍ଶନ କରିଛି। ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ସାମିଲ କରି ଏହି ଜାତୀୟ ଦଳ ବିଜେଡିକୁ କାଉଣ୍ଟର କରିଛି। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ ଉପସ୍ଥିତିରେ ଅଶୋକ ଏବଂ ତାଙ୍କ ଶତାଧିକ ସମର୍ଥକ ବିଜେପିରେ ଯୋଗଦେବା ପରେ ରାଜ୍ୟ ରାଜନୀତିରେ ପୁଣି କମ୍ପନ ଆରମ୍ଭ ହୋଇଛି।
ବରପାଲି ସମାବେଶ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଅକ୍ଟୋବର ୨ ସମାବେଶରେ ଅଶୋକ ବିଜେପିରେ ମିଶିବେ ବୋଲି ଘୋଷଣା କରିଥିଲେ। ଏହାକୁ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ବିରୋଧ କରିଥିଲେ। ଅଶୋକଙ୍କୁ ଟିକେଟ ଦେଲେ ଆମେ ସମର୍ଥନ କରିବୁ ନାହିଁ ବୋଲି କହିଥିଲେ। ଏହାକୁ ନେଇ ବିଜେପି ଶିବିରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତେବେ ବିନା ସ୍ୱାର୍ଥରେ ସେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ଅଶୋକ କହିଛନ୍ତି। ଏବେ ଅଶୋକ ଏବଂ ତାଙ୍କ ସମର୍ଥକ ବିଜେପିରେ ମିଶିବା ପରେ ବିଜେପୁର ପାଇଁ କିଏ ଟିକେଟ ନେଉଛି ତାହା ଅଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here