ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ‘ମିଥ୍ୟା ଅପପ୍ରଚାର’ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଧାସଳଖ ନବୀନ ଏବଂ ତାଙ୍କ ଦଳ ବିଜେଡିକୁ ଆକ୍ଷେପ କରିଛନ୍ତି। କହିଛନ୍ତି, ବିଜେଡି ‘ଅହଙ୍କାରୀ’ ହୋଇଯାଇଛି। ଲମ୍ବା ସମୟଧରି ଶାସନରେ ରହିଥିବାରୁ ବିଜେଡି ଅହଙ୍କାରର ଶାସନ କରୁଛି।
ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ବିଜେଡି ଉପରେ ବର୍ଷିଛନ୍ତି। ଜନସମ୍ପର୍କ ପଦଯାତ୍ରାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥବା ବିବୃତ୍ତିକୁ ଟାର୍ଗଟେ କରିଛନ୍ତି।
ଧର୍ମନ୍ଦ୍ରେ ପ୍ରଧାନ କହିଛନ୍ତି,”ଲମ୍ବା ସମୟ ଧରି ଶାସନରେ ରହିଲେ ଲୋକେ ଅହଙ୍କାରୀ ଏବଂ ଅସହିଷ୍ଣୁ ହୋଇଯାଆନ୍ତି, ଯାହା ବିଜେଡି କ୍ଷେତ୍ରରେ ଦେଖିବାକୁ ମିଳିଛି। ପ୍ରଜାତନ୍ତ୍ରରେ ଶାସନ ବ୍ୟବସ୍ଥା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ବିରୋଧୀ ଦଳ ଭାବେ ଆମେ ଆମର ଦାୟିତ୍ୱ ନିର୍ବାହ କରୁଛୁ। ଶାସନ ବ୍ୟବସ୍ଥାକୁ ‘ଜାଗିରଦାରୀ’ ଭାବୁଥିବା ଲୋକଙ୍କୁ ବାଟକୁ ଆଣିବା ଲାଗି ଚେଷ୍ଟା କରୁଛୁ।”
ନବୀନ ପଟ୍ଟନାୟକଙ୍କ ମିଥ୍ୟା ଅପପ୍ରଚାରର ମନ୍ତବ୍ୟର ଜବାବ ଦେଇଛନ୍ତି ଶ୍ରୀ ପ୍ରଧାନ। ବରଗଡ଼ ଜିଲ୍ଲା ଭେଡେନ୍‌ ବ୍ଲକର ଜିରା ନଦୀ ପୋଲ, ମାଲକାନଗିରିର ଗୁରୁପ୍ରୀୟା ସେତୁ, ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣା ମିଥ୍ୟା ଅପପ୍ରଚାର କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରକୁ ନେଇ ସିଏଜି ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ଏବଂ ପିସି କାରବାର ଚାଲିବା ଘଟଣା ମିଥ୍ୟା ଅପପ୍ରଚାର କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ମିଛ ତଥ୍ୟର ସୌଦାଗର ସାଜିଥିବା ବିଜେଡି ନେତାଙ୍କ ଜାଗିରଦାରୀ ମାନସିକତାକୁ ବଦଳାଇବା ପାଇଁ ଆମେ ଜନଆନ୍ଦୋଳନ କରିବାକୁ ପଛାଇବକୁ ନାହିଁ।
ଧର୍ମେନ୍ଦ୍ରଙ୍କ ‘ଅହଙ୍କାରୀ’ ଆକ୍ଷେପକୁ କାଉଣ୍ଟର କରିଛି ବିଜେଡି। ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି, ” ପ୍ରଧାନମନ୍ତ୍ରୀଙ୍କୁ ତୋଷାମଦକରି କ୍ଷମତା ଉପଭୋଗ କରୁଛନ୍ତି ଧର୍ମେନ୍ଦ୍ର। ନିଜ ସ୍ୱାର୍ଥ ପାଇଁ ଧର୍ମେନ୍ଦ୍ର ସରକାରୀ ଟଙ୍କା ଖର୍ଚ୍ଚ କରୁଛନ୍ତି। ଓଡ଼ିଶାରେ ମେଣ୍ଟ ସରକାର ବେଳେ ବିଜେପି ୩୬ଟି ଆସନ ପାଇଥିଲା। କିନ୍ତୁ ମେଣ୍ଟ ଭାଙ୍ଗିଯିବା ପରେ ୬ଟି ଆସନ ପାଇଥିଲା ବିଜେପି।”
ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି, “ଓଡ଼ିଶାବାସୀ ଜାଣିଛନ୍ତି ନବୀନ ପଟ୍ଟନାୟକ କ’ଣ? କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାର୍ଟିଫିକେଟ ଦେବା ଆବଶ୍ୟକ ନାହିଁ। ଓଡ଼ିଶାବାସୀ ନବୀନଙ୍କୁ ସ୍ନେହଁ ଶ୍ରଦ୍ଧା ଦେଉଥିାରୁ ସେ ୧୭ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହିଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ରାଜ୍ୟ ସରକାରଙ୍କ ଯୋଜନାକୁ ହାଇଜାକ୍ କରିନେଇଛି। ଏହାର ଉଦାହରଣ ହେଉଛି ମମତା ଯୋଜନା। ଏଣୁ ଲୋକେ ତାଙ୍କୁ ଦୀର୍ଘ ବର୍ଷ ହେଲା ପ୍ରତ୍ୟାଖ୍ୟାନ କରି ଆସୁଥିଲେ।”
ଭୁବନେଶ୍ୱର ବେହେରା ସାହିର ମହିଷାଖାଲ ବସ୍ତିରେ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କରିବା ଅବସରରେ ନବୀନ କୌଣସି ଦଳର ନାଁ ନେଇ ଉଦବୋଧନ ଦେଇଥିଲେ। କହିଥିଲେ, କିଛି ଦଳ ଓଡ଼ିଶା ସରକାରଙ୍କୁ ବଦନାମ କରିବା ପାଇଁ ଅପପ୍ରଚାର କରୁଛନ୍ତି। ଏହାର ମୁକାବିଲା କରିବା ଆବଶ୍ୟକ।

Comment