ଓଡ଼ିଶାଲାଇଭ୍ ବ୍ୟୁରୋ

ତୈଳ ଦର ଗତ କିଛିଦିନ ଧରି ବୃଦ୍ଧି ପାଇବା ଫଳରେ ବିରୋଧୀ ଦଳର ଚାପ ଓ ସଧାରଣ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରି ମୋଦି ସରକାର ବୁଧବାର ଦିନ ଏକ୍ସାଇଜ୍ ଡ୍ୟୁଟିରେ କାଟତି କରିଛନ୍ତି ଓ ଏହି ପରିବର୍ତ୍ତିତ ଦର ଲାଗୁ କରାଯାଇଛି ମଧ୍ୟ। ତେବେ ଏହା ମୋଦି ସରକାର ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟ ଭାବରେ କହିଲେ,ଏହି ନିଷ୍ପତ୍ତି ପରେ ମୋଦି ସରକାରର ହାତ ବନ୍ଧା ଭଳି ଅବସ୍ଥା ସୃଷ୍ଟି ହୋଇଛି।
ଲିଟର ପିଛା ୨ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପାଇବା ପରେ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ପ୍ରତି ବର୍ଷ ୨୬ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିବ। ତେଲ ଅର୍ଥନୀତିରେ ଜ୍ଞାନ ଆହରଣ କରିଥିବା କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ,ଏନଡିଏ ସରକାର ପାଇଁ ଏହା ଆଗାମୀ ଦିନରେ ମୁସ୍କିଲ୍ ପରିସ୍ଥିତି ସୃଷ୍ଟି କରିବ।ଏମିତି ତ ଦେଶର ଆର୍ଥିକ ଅବସ୍ଥା ବର୍ତ୍ତମାନ ଗୁରୁତର ଅବସ୍ଥାରେ ପହଞ୍ଚିଛି। ଦ୍ରୁତ ଗତିରେ ବିଗୁଡୁଥିବା ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ଖୁବଶିଘ୍ର ୫୦ ହଜାର କୋଟି  ଟଙ୍କାର ଏକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବାକୁ ଯାଉଛନ୍ତି। ଏବେ ତେଲ ଦର ହ୍ରାସ ପାଇଥିବାରୁ ସରକାରଙ୍କୁ ଡବଲ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।
ଏହି ଅବସ୍ଥାରେ ଆହୁରି ମଧ୍ୟ ଖବର ଆସୁଛି ଯେ, ତେଲ ଦର ଅଧିକ ହ୍ରାସ କରିବାକୁ  ପେଟ୍ରୋଲ ଡିଜେଲ ଉପରୁ ଭାଟ କମାଇବା ପାଇଁ କେନ୍ଦ୍ର ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିବ। ଯେହେତୁ  ଭାଟ ମାମଲାରେ ରାଜ୍ୟ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ, ଏଣୁ ପେଟ୍ରୋଲିଅମ୍ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଏଥିରେ ସହଯୋଗ କରିବାକୁ କେବଳ ପତ୍ର ଲେଖିପାରିବେ।

 

LEAVE A REPLY

Please enter your comment!
Please enter your name here