ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗୁଜୁରାଟ ଗସ୍ତକୁ ସପ୍ତାହେ ନ ପୂରୁଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଆସୁଥିବାରୁ ମୋଦି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ଜିଏସ୍‌ଟି ଏବଂ ‘ଆଚ୍ଛେଦିନ୍’ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ସମାଲୋଚନାର ଶିକାର ହେଉଥିବାରୁ  ମୋଦି ତାଙ୍କ ଗଡ଼ ଜଗିବାକୁ ଗୋଟି ଚାଳନା କରିଛନ୍ତି। ନୂଆ ନୂଆ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରି ମୋଦି ଗୁଜୁରାଟବାସୀଙ୍କୁ ନିର୍ବାଚନୀ ଭେଟି ଦେଇଥିବା ଚର୍ଚ୍ଚା ହେଉଛି।
ଆଗକୁ ଆସୁଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏହାକୁ କଂଗ୍ରେସ ଏବଂ ବିଜେପି ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। କିଛିଦିନ ତଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ୩ ଦିନିଆ ଗୁଜୁରାଟ ଗସ୍ତରେ ଆସି ରୋଡ ସୋ’ ଏବଂ ‘ଚା ପେ ଚର୍ଚ୍ଚା’ରେ ସାମିଲ ହୋଇ ନୂଆଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଗୁଜୁରାଟ ଗସ୍ତରେ ଆସିଛନ୍ତି।
ଗୁଜୁରାଟ ବିଧାନସଭା ନିର୍ବାଚନ ମୋଦି ଏବଂ ବିଜେପି ପାଇଁ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଉଛି। କାରଣ ମୋଦି ବିଭିନ୍ନ ପ୍ରସଙ୍ଗକୁ ନେଇ ହଟହଟା ହୋଇଛନ୍ତି। ୨୦୧୪ ନିର୍ବାଚନ ବେଳେ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲ ତାହା ପୂରଣ ହୋଇପାରି ନାହିଁ।
କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ଦିନରୁ ବିଭିନ୍ନ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢ଼ି ଚାଲିଛି। ବେରୋଜଗାରୀ ପ୍ରସଙ୍ଗରେ ମୋଦି କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଏହାକୁ ବିରୋଧୀ କଂଗ୍ରେସ ଗୁଜୁରାଟ ବିଧାନସଭା ନିର୍ବାଚନରେ ଅସ୍ତ୍ର କରିବ। ସବୁଠୁ ବଡ଼ କଥା ହେଉଛି, ରାହୁଲ ଗାନ୍ଧି ଗୁଜୁରାଟ ଗସ୍ତ କରି ମୋଦିଙ୍କ ହୋସ୍ ଉଡ଼ାଇ ଦେଇଛନ୍ତି। ମୋଦିଙ୍କ ଗଡ଼ରେ ରାହୁଲ ରଣହୁଙ୍କାର ଦେବା ଘଟଣାକୁ ମୋଦି ଏବଂ ବିଜେପି ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଫଳରେ ରାହୁଲଙ୍କ ଗସ୍ତକୁ ସପ୍ତାହେ ନ ପୂରୁଣୁ ମୋଦି ଗୁଜୁରାଟ ଗସ୍ତରେ ଯାଇ ଭୋଟରଙ୍କୁ ନିର୍ବାଚନୀ ଭେଟି ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here