ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡର ନମ୍ବରକୁ ଯୋଡ଼ିବାର ଶେଷ ତାରିଖ ଆସନ୍ତା ଡିସେମ୍ବର ୩୧। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ତାରିଖ ସୁଦ୍ଧା ଯଦି ଲିଙ୍କ ନ ହେଲା ତେବେ କେହି ଆଉ ବ୍ୟାଙ୍କ କାରବାର କରିପାରିବେ ନାହିଁ।
ପିପଲ ଆଡଭାଇଜରି ସର୍ଭିସ ଅର୍‌ନଷ୍ଟ ଓ ‍ୟଙ୍ଗର ନିର୍ଦ୍ଦେଶକ ପୁନିତ୍ ଗୁପ୍ତା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଜୁନ୍ ପହିଲାର ବିଜ୍ଞପ୍ତିକୁ ତର୍ଜମାକରି କହିଛନ୍ତି ଯେ ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ। ବ୍ୟକ୍ତିଗତ ଆକାଉଣ୍ଟ, କମ୍ପାନି, ଫାର୍ମ, ଟ୍ରଷ୍ଟ, ଆସୋସିଏସନ କେହି ବି ଏଥିରୁ ମୁକ୍ତି ପାଇବେ ନାହିଁ ବୋଲି ଗୁପ୍ତା ସ୍ପଷ୍ଟ କରିଛନ୍ତି। କେବଳ ସେହି ମାନଙ୍କ ପାଇଁ ଏହି ନିୟମ କୋହଳ ହେବ ଯେଉଁମାନେ ଆଧାର କାର୍ଡ ପାଇଁ ଯୋଗ୍ୟ ନୁହଁନ୍ତି। ଅନ୍ୟ ଅର୍ଥରେ କେବଳ ପ୍ରବାସୀମାନେ ହିଁ ଏହି ନିୟମର ବାହାରେ ରହିପାରିବେ।
ଅବଶ୍ୟ ଯେଉଁମାନେ ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲୁଛନ୍ତି, ସେମାନେ ଆଧାର କାର୍ଡ ଦାଖଲ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଯେଉଁମାନେ ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି ଅଥଚ ଆଧାର ଲିଙ୍କ କରିନାହାନ୍ତି ସେମାନେ ଡିସେମ୍ବର ୩୧ ପରେ ଘୋର ଅସୁବିଧାରେ ପଡିବେ।
ବ୍ୟାଙ୍କମାନଙ୍କ ପକ୍ଷରୁ ଏ ନେଇ ବିଭିନ୍ନ ମାଧ୍ୟମରେ ସୂଚିତ କରାଯାଉଛି ସତ, ହେଲେ ଏଯାଏଁ ବହୁ ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ ସହିତ ଲିଙ୍କ ହୋଇପାରିନାହିଁ।

LEAVE A REPLY

Please enter your comment!
Please enter your name here