ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳି ପୂର୍ବରୁ ଚାଷୀଙ୍କୁ ମିଳିଛି ଉପହାର। ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଦ୍ଵାଦଶ କିସ୍ତି ପ୍ରଦାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହା ଦ୍ଵାରା ଉପକୃତ ହେବେ ଦେଶର ପ୍ରାୟ ୮ କୋଟି ଚାଷୀ ପରିବାର।

ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପୁସା ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାରେ ପିଏମ କିସାନ ସମ୍ମାନ ସମ୍ମେଳନ ୨୦୨୨ ଉଦଘାଟନ କରି ଏହି ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ୧୬,୦୦୦ କୋଟି ଟଙ୍କା।

Tags: #PMKY #PradanMantriKisanYojana #Farmer #BankAccount #NarendraModi

Comment