ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ। ଏହାକୁ ନେଇ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍। ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ନିର୍ବାଚନ କମିଶନଙ୍କୁ ଟାର୍ଗଟେ କରିଛନ୍ତି ଚିଦାମ୍ବରମ୍। ଚିଦାମ୍ବରମ୍ ତାଙ୍କ ଟିଟର ପେଜ୍‌ରେ ଲେଖିଛନ୍ତି, “ନିର୍ବାଚନ କମିଶନ ଛୁଟିରେ ଅଛନ୍ତି। ଯେତେବେଳେ ଗୁଜୁରାଟ ସରକାର ସମସ୍ତ ଘୋଷଣା ଶେଷ କରିବେ ସେତେବେଳେ କମିଶନ ତାରିଖ ଘୋଷଣା କରିବେ।”

ସେ ଆହୁରି ଲେଖିଛନ୍ତି ଯେ, ଆଗକୁ ମୋଦି ଗୁଜୁରାଟରେ ବିଶାଳ ରାଲି କରିବାର କାର୍ଯ୍ୟକ୍ରମ ରହିଛି। ଏହି ରାଲିରେ ମୋଦି ବହୁ ଯୋଜନା ଘୋଷଣା କରିବେ। ଏଣୁ ମୋଦିଙ୍କ ଯୋଜନା ଘୋଷଣାକୁ ଅପେକ୍ଷା କରିଛନ୍ତି ନିର୍ବାଚନ କମିଶନ।

ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମ୍‌ଙ୍କ ଏଭଳି ଟାର୍ଗଟେକୁ ବିଜେପି ନେତା ଗ୍ରହଣ କରିପାରି ନାହାନ୍ତି। ମୁଜୁରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି, କଂଗ୍ରେସକୁ ହାରିବାର ଭୟ ଘାରିଛି। ଏଣୁ ଦଳ ପକ୍ଷରୁ ଏଭଳି ବୟାନବାଜି କରାଯାଉଛି।

ଗୁଜୁରାଟ ଭୋଟକୁ ନେଇ କଂଗ୍ରେସ ଏବଂ ବିଜେପି ପୂରା ମୁହାଁମୁହିଁ ସ୍ଥିତିରେ। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଥମେ ୩ ଦିନିଆ ଗୁଜୁରାଟ ଗସ୍ତ କରି ପ୍ରଚାର ଅଭିଯାନକୁ ସରଗରମ୍ କରିଛନ୍ତି। ଏହାପରେ ମୋଦି ଗୁଜୁରାଟ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିବା ସହ କଂଗ୍ରେସକୁ ସମାଲୋଚନା କରିଛନ୍ତି। ରାହୁଲ ଆଗକୁ ପୁଣି ଗୁଜୁରାଟ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେଉଥିବାରୁ ବିଜେପି ଏବଂ କଂଗ୍ରେସ ରାଜନୀତି ରୋଚକ ମୋଡରେ ପହଞ୍ଚିଛି।

 

LEAVE A REPLY

Please enter your comment!
Please enter your name here