ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ଏଣିକି ମାଛ ଏବଂ ଚିଙ୍ଗୁଡି ପାଇଁ ଲୋକଙ୍କୁ ମାର୍କଟେକୁ ଯିବାକୁ ପଡିବନି। ତଟକା ମାଛ ଘର ପାଖରେ ପହଞ୍ଚାଇବା ପାଇଁ ସରକାର ଆଜି ‘ଫିସ୍‌ ଅନ୍ ହ୍ବିଲ୍‌’ ଯୋଜନା ଶୁଭାରମ୍ଭ କରିଛନ୍ତି। ୧୦ଟି ଫିସ୍‌ ଅନ୍ ହ୍ବିଲ ଗାଡ଼ିକୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଫିସ୍‌ ପେଡ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଉଦ୍ୟମରେ ଏହି ଯୋଜନା ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି ଏବଂ ପ୍ରିୟଦର୍ଶି ମିଶ୍ର ଉପସ୍ଥିତ ଥିଲେ।
ସେହିପରି ମୁଖ୍ୟମନ୍ତ୍ରୀ ଆଜି ୧୦ଟି ‘ଚିଲିକା ଫ୍ରେସ୍‌’ ଉଦଘାଟନ କରିଛନ୍ତି। ଆଗାମୀ ଦିନରେ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଭଦ୍ରକ, ଜୟପୁର, ବାରିପଦା, ଭବାନୀପାଟଣା ଆଦି ସହରରେ ଚିଲିକା ଫ୍ରେସ୍ ଖୋଲିବାର ଯୋଜନା ରହିଛି।
 

LEAVE A REPLY

Please enter your comment!
Please enter your name here