ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାଦରେ ଛନ୍ଦି ହୋଇଯାଇଥିବା ଗୋଲକ ମହାପାତ୍ର ନିଜେ ଘନଘନ ପ୍ରେସମିଟ୍‌ କରି ଏସ୍‌ପିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। କଲ୍ ରେକର୍ଡ଼କୁ ଜାଲ୍‌ କହିବା ସହ ଗଞ୍ଜାମ ଏସ୍‌ପିକୁ ପ୍ରଶ୍ନ ବାଣରେ ଛନ୍ଦିଛନ୍ତି। ଏହାସହ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଫେରାଦ ହୋଇଛନ୍ତି।

ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡକୁ ନେଇ ଅଡ଼ୁଆରେ ପଡ଼ିଥିବା ବିଜେପିକୁ ବିଜେଡି ଘେରିଛି। ଆଉ ବିଜେପି ସିଧାସଳଖ ଗଞ୍ଜାମ ଏସ୍‌ପି ଆଶିଷ ସିଂଙ୍କୁ ଟାର୍ଗେଟ କରିଛି। ବିବାଦରେ ଛନ୍ଦି ହୋଇଯାଇଥିବା ଗୋଲକ ମହାପାତ୍ର ନିଜେ ଘନଘନ ପ୍ରେସମିଟ୍‌ କରି ଏସ୍‌ପିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। କଲ୍ ରେକର୍ଡ଼କୁ ଜାଲ୍‌ କହିବା ସହ ଗଞ୍ଜାମ ଏସ୍‌ପିକୁ ପ୍ରଶ୍ନ ବାଣରେ ଛନ୍ଦିଛନ୍ତି। ଏହାସହ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଫେରାଦ ହୋଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକ ଏବଂ ଦୁର୍ଯ୍ୟୋଧନ ରେଡ୍ଡି ଉତ୍ତରାଖଣ୍ଡରୁ ଗିରଫ ହୋଇଛନ୍ତି। ଏହି ଷଡ଼ଯନ୍ତ୍ରକାରୀଙ୍କ ସହ ବିଜେପି ନେତା ଗୋଲକ ମହାପାତ୍ର କଥା ହୋଇଥିବା କଲ ରେକର୍ଡ଼ ଯାଞ୍ଚ ବେଳେ ଜଣାପଡ଼ିବା ପରେ ବିଜେପି-ବିଜେଡି ମଧ୍ୟରେ କଥା କଟାକଟି ଚାଲିଛି।
ଗୋଲକ ମହାପାତ୍ର ଏସ୍‌ପି ଆଶିଷ ସିଂଙ୍କୁ ପ୍ରଶ୍ନ କରିଛନ୍ତି। ସବୁ କଲ୍ ରେକର୍ଡ଼ କରିବାକୁ ଯାଞ୍ଚ କରିବା ସହ ଏସ୍‌ପିଙ୍କୁ ବିଜେଡି ଏଜେଣ୍ଟ କହି ଗୋଲକ ଆକ୍ଷେପ କରିଛନ୍ତି। ବିଜେପି ଉପ-ସଭାପତି ସମୀର ମହାନ୍ତି, ବିଧାୟକ ପ୍ରଦୀପ ପୁରୋହିତ, ଲେଖାଶ୍ରୀ ସାମନ୍ତସିଂହାର, ସଜ୍ଜନ ଶର୍ମା, ଆଡଭୋକେଟ୍ ପୀତାମ୍ବର ଆଚାର୍ଯ୍ୟ ରାଜ୍ୟପାଳ ଏସ୍‌ ସି ଜମୀରଙ୍କୁ ଭେଟି ଫେରାଦ ହୋଇଛନ୍ତି। ଏସ୍‌ପି ଶ୍ରୀ ସିଂଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ସମସ୍ତ ଅପରାଧିକ ମାମଲାର କଲ୍ ରେକର୍ଡ କରିବାକୁ ଦାବି କରିଛନ୍ତି। ଏସ୍‌ପିଙ୍କୁ ବିଜେଡି ଏଜେଣ୍ଟ କହିଛି ବିଜେପି।

LEAVE A REPLY

Please enter your comment!
Please enter your name here