ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୫୩ରେ ହରାଇଛି। ୧୦ ବର୍ଷ ପରେ ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ବିଜୟ ହାସଲ କରିଛି।
ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଭାରତୀୟ ଖେଳାଳି ୨୦୨ ରନ୍ ସଂଗ୍ରହ କରିଥିଲେ। ୨୦୧୩ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଖେଳାଳି ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ମାତ୍ର ୧୪୯ ରନ୍ କରିବାକୁ ସମର୍ଥ ହୋଇଥିଲା।
ଟସ୍ ହାରିଥିବା ଟିମ୍ ଇଣ୍ଡିଆ କରିଥିଲା ପ୍ରଥମେ ବ୍ୟାଟିଂ। ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୨ ରନ୍ କରିଥିଲା। ଟିମ୍ ଇଣ୍ଡିଆର ରୋହିତ ଶର୍ମା ଏବଂ ଶିଖର ଧାବନ ୮୦ ରନ୍ କରିଥିବା ବେଳେ କ୍ୟାପଟେନ୍ ବିରାଟ କୋହଲି ୧୧ ବଲ୍ରେ ୨୬ ରନ୍ କରି ସ୍କୋରକୁ ଆଗକୁ ନେଇଥିଲେ। ନ୍ୟଜିଲାଣ୍ଡ ଇସ୍ ସୋଢ଼ି ୨ଟତ ଓ୍ବିକେଟ ଅକ୍ତିଆର୍ କରିଥିଲେ।
ଧାବନ ୫୨ ବଲରେ ୮୦ ରନ୍ କରିଥିଲେ। ସେ ୧୦ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ସେହିପରି ରୋହିତ ଶର୍ମା ୫୫ ବଲରେ ୬ଟି ଚୌକା ଓ ୪ଟି ଛକା ମାରି ୮୦ ରନ୍ କରିଥିଲେ। ୧୭ ଓଭରରେ ଟିମ୍ ଇଣ୍ଡିଆର ପ୍ରଥମ ଓ୍ବିକେଟ ପଡ଼ିଥିଲା। ଧାବନ ପାଭିଲିୟନ୍ ଫେରି ଯାଇଥିଲେ।
୨୦୩ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଆସିଥିବା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ସାମନା କରିପାରି ନଥିଲେ। ଜଣକ ପରେ ଜଣେ ଆଉଟ୍ ହୋଇଯିବାରୁ ଏହି ଦଳର ସ୍କୋର ଆଗକୁ ବଢ଼ିପାରି ନଥିଲା।


















