(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ରାଜକୋଟ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଟିମ୍‌ ଇଣ୍ଡିଆ ହୋଇଛି ପରାଜିତ। ନ୍ୟୁଜିଲାଣ୍ଡ ଟିମ୍‌ ଭାରତୀୟ ଖେଳାଳିଙ୍କୁ ପୁଣି ଦେଇଛନ୍ତି ଚକ୍‌ମା। ଫଳରେ ଏହି ସିରିଜ ୧-୧ରେ ବରାବର ହୋଇଛି। ଫାଇନାଲ ଟି-୨୦ ଉଭୟ ଟିମ୍‌ ପାଇଁ ଚାଲେଞ୍ଜପୂର୍ଣ୍ଣ ରହିବ ବୋଲି କୁହାଯାଉଛି।

ଟସ୍‌ ଜିତିଥିବା ନ୍ୟୁଜିଲାଣ୍ଡ ଟିମ୍‌ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ମଇଦାନାକୁ। ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସବ୍ୟାନ୍ ଧୁଆଁଧାର ବ୍ୟାଟିଂ କରି ୧୯୬ ରନ୍‌ ସଂଗ୍ରହ କରିଥିଲେ। ୧୯୭ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିପକ୍ଷ ନ୍ୟୁଜିଲାଣ୍ଡ ବୋଲରଙ୍କୁ ସାମନା କରିପାରି ନଥିଲେ। ଜଣକ ପରେ ଜଣେ ଖେଳାଳି ପାଭିଲିୟନ୍‌ ଫେରି ଯାଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଟିମ୍‌ ଇଣ୍ଡିଆ ୧୫୬ ରନ୍‌ କରିବାରେ ସମର୍ଥ ହୋଇଥିଲା। ଫଳରେ ନ୍ୟଜିଲାଣ୍ଡ ଟିମ୍‌ ଆଜିର ମ୍ୟାଚକୁ ୪୦ ରନ୍‌ରେ ଜିତିନେଇଛି।

ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲି ସର୍ବାଧିକ ୬୫ ରନ୍‌ କରିଥିବା ବେଳେ ଏମ୍‌ ଏସ୍‌ ଧୋନୀ ୪୯ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟ ସର୍ବାଧିକ ୪ଟି ଓ୍ବିକେଟ ନେଇଥିଲେ। ନ୍ୟଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ କାଲିନ୍‌ ମୁନରୋ ୧୦୯ ରନ୍‌ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

Comment