ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସୁଛି ଲଘୁଚାପ ବର୍ଷା। ବର୍ଷାକୁ ନେଇ ଆତଙ୍କିତ ଚାଷୀ। ଅମଳ ହୋଇଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଶୁକ୍ରବାର ଏସ୍‌ଆର୍‌ସି ଚାଷୀଙ୍କୁ ପରାମର୍ଶ ଦେବା ପରେ ଆଜି ଓୟୁଏଟି ଜାରି କରିଛି ଆଡଭାଇଜରି। ବର୍ଷାରେ ଯେମିତି ଧାନ ନଭିଜେ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ଚାଷୀଙ୍କୁ କୁହାଯାଇଛି। ଧାନ ପାଚି ଯାଇଥିଲେ ତାହାକୁ ବିଲରେ ନପକାଇ ଅମଳ କରି ଘରକୁ ନେଇ ଯିବାକୁ କୁହାଯାଇଛି। ଧାନ ନଭିଜିବା ପାଇଁ ଓୟୁଏଟି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ୧୫ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୧୮ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅଦିନିଆ ବର୍ଷାକୁ ନେଇ ଚାଷୀ ଆତଙ୍କିତ ହୋଇଯାଇଛନ୍ତି।

 

 

Comment