ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମକୁ ବିଜେପି କରିଛି ଆକ୍ଷେପ। ସ୍ବତନ୍ତ୍ର ୱେବସାଇଟ୍ ଖୋଲି ରାଜ୍ୟ ସରକାରଙ୍କ ବିଫଳତାକୁ ଉଲ୍ଲେଖ କରି ସରକାରଙ୍କୁ ଘେରିଛି।

୧୭ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଶିଶୁ ଦିବସରେ ୬ ଲକ୍ଷ ୬୦ ହଜାର ପିଲାଙ୍କୁ ମନର କଥା କହିବେ। ଏଥିପାଇଁ ରାଜ୍ୟ ତମାମ୍ ଚାଲିଛି ବ୍ୟାପକ ପ୍ରସ୍ତୁତି। ଗାଁ ଗାଁରେ ଟିଭି ଖୋଜି ସ୍କୁଲରେ ଲଗା ଯାଉଛି। ଆଉ ଏତିକି ବେଳେ ବିଜେପି ରାଜ୍ୟ ସରକାରଙ୍କୁ ଆଟାକ୍‌ କରିଛି। କେବଳ ଆଟାକ୍‌ ନୁହେଁ ଡିଜିଟାଲ ଆକାଟାକ୍‌ କରିଛି। ବିଜେପି ସ୍ବତନ୍ତ୍ର ୱେବସାଇଟ୍ ଖୋଲି ସରକାରଙ୍କୁ ଘେରିଛି।

ଏହି ୱେବସାଇଟରେ ରାଜ୍ୟ ସରକାରଙ୍କ ବିଫଳତାକୁ ଉଲ୍ଲେଖ କରାଯାଇ ଅଭ୍ୟାସ ପୁସ୍ତିକା ବଣ୍ଟନ କରାଯାଇଛି।

-ପ୍ରତି ଶ୍ରେଣୀରେ ନାହାନ୍ତି ଜଣେ ଲେଖାଏଁ ଶିକ୍ଷକ। ୩୦ ପିଲାଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ।

-ନଗଡ଼ା, ଦାନମାଝି, ଜାପାନୀ ଜ୍ବର ଓଡ଼ିଶାକୁ ଜାତୀୟ ସ୍ତରରେ ନିନ୍ଦିତ କରିଛି।

-ରାଜ୍ୟ ସରକାର ମିଛ ବାହାଦୁରୀ ମାରୁଛନ୍ତି

-ଏକ ଘରୋଇ ବ୍ୟାବସାୟିକ ଗଣମାଧ୍ୟମ ଦ୍ବାରା ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଇଛନ୍ତି।

-ଯୁବକମାନଙ୍କୁ ଚାକିରି ଦେବାକୁ କହି ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି ରାଜ୍ୟ ସରକାର

-୧୭ ବର୍ଷ ପରେ ବିଫଳତାକୁ ଘୋଡ଼ାଇବା ପାଇଁ ନବୀନ ମନ କି ବାତ୍ କରୁଛନ୍ତି।

-ସ୍କୁଲରେ ବିଜୁଳି ନାହିଁ, କାଗଜ କଲମରେ ଚାଲିଛି କମ୍ପ୍ୟୁଟର ଶିକ୍ଷା

ବିଜେପି ନେତା ସଜ୍ଜନ ଶର୍ମା, ସମୀର ମହାନ୍ତି ଏବଂ ଲେଖାଶ୍ରୀ ସାମନ୍ତସିଂହାର ଉପରୋକ୍ତ ପ୍ରଶ୍ନ ପଚାରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜନୀତିର ଧାର ଧରିନଥିବା କୋମଳମତୀ ଶିଶୁଙ୍କୁ ନେଇ ବିଜେପି-ବିଜେଡିର ଏହି ହାଇଟେକ୍ ରାଜନୀତି ଚର୍ଚ୍ଚାରେ ରହିଛି।

Comment