ଓଡ଼ିଶାଲାଇଭ୍‍ ବ୍ୟୁରୋ

ମାର୍ଚ୍ଚ ୬ରୁ ଆରମ୍ଭ ହେଉଛି +୨ ପରୀକ୍ଷା। ୨୦ ଦିନବ୍ୟାପୀ ଏହି ପରୀକ୍ଷା ଚାଲିବ। ପରୀକ୍ଷା ହଲ୍‌ରେ କପି ବିଭିନ୍ନ ପ୍ରକାରର ଅନିୟମିତତା ରୋକିବା ପାଇଁ ଲାଗିବ ସିସିଟିଭି ପରୀକ୍ଷା।

ମାର୍ଚ୍ଚ ୬ରୁ ଆରମ୍ଭ ହେବ +୨ ପରୀକ୍ଷା । ଏହି ପରୀକ୍ଷା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହାର ଗୋଟିଏ ଦିନରେ କଳା ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ।

ମାର୍ଚ୍ଚ ୬ରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ହେବ। ଇଂରାଜୀ ଭାଷାରୁ ପରୀକ୍ଷା ଆରମ୍ଭ ହେବ। ସେହିପରି ୭ ତାରିଖରୁ ଆରମ୍ଭ ହେଉଥିବା +୨ କଳା ପରୀକ୍ଷାରେ ଛାତ୍ରଛାତ୍ରୀ ଇଂରାଜୀ ଭାଷାର ପରୀକ୍ଷା ଦେବେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି। କପି ରୋକିବା ପାଇଁ ସବୁ ପରୀକ୍ଷା ହଲ୍‌ରେ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ୩,୮୦, ୭୦୭ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହାସହ ଥିଓରୀ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ଶେଷ କରିବା ଉପରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି। ଜାନୁୟାରୀ ୨୫ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Comment