ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ସେ ରେଭେନ୍ସା ବିଶ୍ବବିଦ୍ୟାଳୟର ଡେଭଲପମେଣ୍ଟ ଟ୍ରଷ୍ଟ ଲେକ୍‌ଚର କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ଟ୍ରଷ୍ଟ ଇତିହାସ ସମ୍ପର୍କୀତ ପୁସ୍ତକ ‘ଟ୍ରଷ୍ଟ ରିଡିମ୍ଡ’ ପୁସ୍ତକ ଉନ୍ମୋଚନ କରିବେ।

ପୂର୍ବତନ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର-କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳ଼ୟ ପରିସରରେ କମିଶନରେଟ୍ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ଏହାସହ ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକ୍ରମ ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ ନେଇ ବିଶ୍ବବିଦ୍ୟାଳୟ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

 

Comment