ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରଠାରେ ଅଖିଳ ଭାରତୀୟ କାର୍ଯ୍ୟକର୍ତ୍ତା ଅଭ୍ୟାସ ବର୍ଗ, ବିଜ୍ଞାନ ଭାରତୀ ଉଦଘାଟିତ ହୋଇଛି। ଏହାକୁ ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଉଦଘାଟନ କରିଛନ୍ତି।

ଏହି ଅବସରରେ ଡକ୍ଟର ଚାନ୍ଦ କହିଲେ ଯେ, ଆମେ ସମସ୍ତେ ଜିଜ୍ଞାସୁ ମନୋବୃତ୍ତିକୁ ବିକଶିତ କରି କାର୍ଯ୍ୟ କଲେ ଦେଶର ବିକାଶରେ ଅବଦାନ ଦେଇପାରିବା।ସାଧାରଣ ଜନତାଙ୍କ ନିକଟରେ ଶସ୍ତା ମୂଲ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ପହଞ୍ଚି ପାରିଲେ ଲୋକଙ୍କ ଜୀବନଶୈଳୀ ଉନ୍ନତ ହୋଇପାରିବ।

ଏହି ଅବସରରେ ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ଆର୍ ଭି ରାଜକୁମାର, ଆର୍‌ଏସ୍‌ଏସ୍‌ର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ମନମୋହନ ବୈଦ୍ୟ, ବିଜ୍ଞାନ ଭାରତୀର ଶଙ୍କର ରାଓ ଉପସ୍ଥିତ ଥିଲେ।

ଡକ୍ଟର ଚାନ୍ଦ ଆହୁରି ମଧ୍ୟ କହିଲେ ଯେ, ବିଜ୍ଞାନକୁ ସମାଜର କଲ୍ୟାଣ ଦିଗରେ ବ୍ୟବହାର କରିବାର ଆବଶ୍ୟକତା ରହିଛି। ପରିବାର ସ୍ତରରୁ ହିଁ ବୈଜ୍ଞାନିକ ମନୋଭାବର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରୁଥିବାରୁ ଅଖିଳ ଭାରତୀୟ ବିଜ୍ଞାନ ଭାରତୀର ଭୂୟସୀ ପ୍ରଶଂସା କରିଥିଲେ ।

Comment