ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବଡ଼ ସଫଳତା ହାସଲ କରିଛି। ପୂର୍ବାନୁମାନ ଅନୁସାରେ ଏହି ଦୁଇ ରାଜ୍ୟରେ ବିଜେପି ସରକାର ଗଠନ କରିବ। ଭୋଟ ଗଣତି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନ ଆଗରେ ‘V’ ବା ‘ବିଜୟ ଚିହ୍ନ’ ଦେଖାଇ ଗୃହ ଭିତରକୁ ପ୍ରବେଶ କରିଥିଲେ।

ଆଜିର ନିର୍ବାଚନ ଫଳ ବିଜେପିକୁ ଆକାଶରେ ଥୋଇଛି। ଗୁଜୁରାଟରେ ବିଜେପି ଷଷ୍ଠ ଥର ପାଇଁ ସରକାର ଗଠନ କରିବ। ସେହିଭଳି ହିମାଚଳ ପ୍ରଦେଶ ମଧ୍ୟ ବିଜେପିକୁ ଯାଇଛି। ଗୁଜୁରାଟ ନିର୍ବାଚନ ଫଳ ଉପରେ ପୂରା ଦେଶର ନଜର ଲାଖି ରହିଥିଲା। ଏହି ବିଜୟ ଫଳରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିର ରାସ୍ତା ପରିଷ୍କାର ହୋଇଯାଇଛି।

ଏବେ ଉଭୟ ମୋଦି ଓ ଶାହାଙ୍କ ଯୋଡ଼ିକୁ ଭେଦ କରିବା ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଛି। ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳ କଂଗ୍ରେସ ଦଳ ଓ ବିଶେଷକରି ଏହାର ନବ ନିର୍ବାଚିତ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ କିଛି ଭଲ ଖବର ଆଣିପାରିନାହିଁ। ହିମାଚଳରେ କଂଗ୍ରେସ କ୍ଷମତାରୁ ଯାଇ ଥିବା ବେଳେ ଗୁଜରାଟରେ ଏହି ଦଳ ଯେଉଁ ଭଳି ଆଶା କରାଯାଉଥିଲା ତାହା ସଫଳ ରୂପାୟନ ହୋଇପାରିନାହିଁ।

LEAVE A REPLY

Please enter your comment!
Please enter your name here